ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲୁଟିନେଲେ ୩ ଅଷ୍ଟଧାତୁ ମୂର୍ତ୍ତି, ୩୦୦ଗ୍ରାମ୍ ସୁନା ଓ ୧୦କେଜି ରୁପା

ଠାକୁର ଓ ଠାକୁରଙ୍କ ସମ୍ପତ୍ତି ଲୁଟିବାକୁ ଭୟ କଲେନି ଦୁର୍ବୃତ୍ତ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେଣ୍ଢାସ୍ଥିତ ପ୍ରାଚୀନ ନୃସିଂହନାଥ ମନ୍ଦିରରେ ପଶି କଳାକନା ବୁଲାଇଦେଇଛନ୍ତି। ଲୁଟି ନେଇଛନ୍ତି ୪ଶହ ବର୍ଷର ପୁରୁଣା ଅଷ୍ଟଧାତୁ ନିର୍ମିତ ପ୍ରଭୁ ନୃସିଂହନାଥ, ଶ୍ରୀଲକ୍ଷ୍ମୀ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଏହା ସହ ଠାକୁରଙ୍କ ୩୦୦ଗ୍ରାମ ସୁନାଗହଣା ଓ ୧୦କେଜିର ରୁପା ଅଳଙ୍କାର। ଦାନବାକ୍ସ ତାଡି ଦୁର୍ବୃତ୍ତମାନେ ନେଇଯାଇଛନ୍ତି ୫ଲକ୍ଷରୁ ଅଧିକ ଟଙ୍କା।

ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ କବାଟ ତାଡି ଭିତରେ ପଶି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସନ୍ଧାନୀ କୁକୁର ସହତାରେ ତଦନ୍ତ ଜୋରଦାର କରିଛି।

Comment