ଓଡ଼ିଶାଲାଇଭ୍ ବ୍ୟୁରୋ

ରାତାରାତି ବିମୁଦ୍ରାରଣ ଭଳି ଅର୍ଥନୈତିକ ସଂସ୍କାର ଆଣି ଦେଶରେ ଚହଳ ପକାଇଥବା ମୋଦି ସରକାର ପୁଣି ଏକ ଝଟକା ଦେବାକୁ ଯାଉଛନ୍ତି। ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ କରିବାକୁ ଯାଉଛନ୍ତି ସରକାର। ଏନେଇ ପ୍ରସ୍ତୁତି ଜୋରସୋର ଚାଲିଛି। ନୋଏଡା, ମୁମ୍ବାଇ, କୋଲକତା ଏବଂ ହାଇଦ୍ରାବାଦରେ ଥିବା ମୁଦ୍ରାଶାଳରୁ ବର୍ତ୍ତମାନ ମୁଦ୍ରା ତିଆରି ବନ୍ଦ କରି ଦିଆଯାଇଛି। କାରଣ ଏହି ୪ଟି ସ୍ଥାନରେ ହିଁ ଭାରତୀୟ ମୁଦ୍ରା ତିଆରି ହୋଇଥାଏ।

ଆରବିଆଇର ଜଣେ ଅଧକାରୀ ସୂଚନା ଦେଇ କହିଛନ୍ତି, ଗତ ମଙ୍ଗଳବାରଠାରୁ ମୁଦ୍ରା ତିଆରି ବନ୍ଦ ରହିଛି। ୮ ନଭେମ୍ବର, ୨୦୧୬ରେ ମୋଦି ସରକାର ନୋଟବନ୍ଦୀ ନିଷ୍ପତି ନେଇଥିଲେ। ଯାହାଦ୍ଵାରା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ଏହି ସମୟରେ ବହୁ ପରିମାଣରେ ମୁଦ୍ରା ତିଆରି କରାଯାଇଥିଲା। ତେଣୁ ଏହାକୁ ନିୟନ୍ତ୍ରଣକୁ ନେବା ପାଇଁ ଏଭଳି ନିଷ୍ପତି ନିଆଯାଇଛି।

ଜାନୁଆରୀ ୮ତାରିଖ ସୁଦ୍ଧା ପ୍ରାୟ ୨୫ଶହ ମିଲିୟନ ଖଣ୍ଡ ମୁଦ୍ରା ଗଚ୍ଛିତ ରହିଛି ବୋଲି ଜଣାପଡିଛି। ତେଣୁ ପରବର୍ତ୍ତୀ ନିଷ୍ପତି ନିଆଯିବା ଯାଏଁ ଟଙ୍କାଶାଳ ବନ୍ଦ ରହିବ ବୋଲି ଆରବିଆଇ ପକ୍ଷରୁ ସୂଚନା ମିଳିଛି।

 

 

Comment