ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଙ୍ଗୁଳି ଛାପରେ ହେବ ଆଧାର ସଂଶୋଧନ

ଜଣେ ବ୍ୟକ୍ତିର ଗୋପନୀୟ ତଥ୍ୟ ପ୍ରଘଟ ହୋଇଯାଉଥିବାରୁ ଆବଶ୍ୟକ କାଗଜପତ୍ର ଦେଇ ଆଉ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ନାହିଁ।  ପୂର୍ବରୁ ସରକାରୀ ଓ ବେସରକାରୀ ସଂସ୍ଥା କରୁଥିବା ଆଧାରକାର୍ଡ ସଂଶୋଧନ ଉପରେ ରୋକ ଲଗାଇଛନ୍ତି ଭାରତୀୟ ବିଶିଷ୍ଠ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ)।

ସମଗ୍ର ଦେଶରେ ୟୁଆଇଡିଏଆଇ ବ୍ଲକ କରିଛନ୍ତି ୫ହଜାରରୁ ଉର୍ଦ୍ଧ୍ବ ପୋର୍ଟାଲ । ଏବେ କୌଣସି ଅଣପଞ୍ଜୀକୃତ ଅଧିକାରୀ ଆଧାର ତଥ୍ୟ ସଂଶୋଧନ କରିପାରିବେ ନାହିଁ। କେବଳ ଜଣେ ବ୍ୟବହାରକାରୀ ନିଜର ପଞ୍ଜୀକୃତ ଅଙ୍ଗୁଳିଛାପ ଦ୍ବାରା ତଥ୍ୟ ସଂଶୋଧନ କରିପାରିବେ ବା ଦେଖିପାରିବେ।

Comment