ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ ଓ ରାଜ୍ୟରେ ହ୍ରାସ ପାଇଛି ଅପରାଧ ହାର। ବର୍ତ୍ତମାନ ସାଇବର ଓ କୋଷ୍ଟାଲ୍ ସୁରକ୍ଷା ପ୍ରମୁଖ ସମସ୍ୟା ପାଲଟିଛି। ଗ୍ଵାଲିୟର୍ ଡିଜିବି ସମ୍ମିଳନୀରୁ ଫେରିବା ପରେ ଓଡ଼ିଶା ପୁଲିସ୍ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି।

ସେ କହିଛନ୍ତି, ‘ଗ୍ଵାଲିଅର୍ ଡିଜିବି ସମ୍ମିଳନୀରେ ସାଇବର, କୋଷ୍ଟାଲ ସୁରକ୍ଷା, ମାଓବାଦୀ ସମସ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ କନେଷ୍ଟବଳ ଓ ହାବିଲଦାରଙ୍କୁ ଅଧିକ ଦାୟିତ୍ଵ ଦେବା ପାଇଁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ରାଜେନ୍ଦ୍ର ଶର୍ମା।

Comment