ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୧୯ ଏପ୍ରିଲ ମାସ ସୁଦ୍ଧା ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡର ନବୀକାରଣ କରାଯାଇ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରସ୍ତାବିତ ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟିବସ୍ ଚଳାଚଳ କରିବ। ବରମୁଣ୍ଡାରେ ମଧ୍ୟ ସିଟିବସ୍ ପାଇଁ ନିର୍ମାଣ ହେବ ସ୍ଵତନ୍ତ୍ର ଷ୍ଟାଣ୍ଡ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ୍ କୋର୍ଟଠାରୁ ଆରମ୍ଭ କରି ଓ୍ବାଇଫାଇ, ପାର୍କିଂ, ସୌରଶକ୍ତି, ଏଲିଭେଟର ଓ ଏସ୍କାଲେଟର  ଆଦି ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ଯାତ୍ରୀମାନେ ପାଇପାରିବେ। ବସ୍‌ଗୁଡ଼ିକର ଆଗମନ ଓ ପ୍ରସ୍ଥାନ ସମ୍ପର୍କୀୟ ସୂଚନା ସହିତ  ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ଖବର ଇଲୋକ୍ଟ୍ରୋନିକ୍‌ ଫଳକ ମାଧ୍ୟମରେ ଉପଲବ୍‌ଧ ହେବ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ରହଣୀ ସୁବିଧା ମଧ୍ୟ ମିଳିପାରିବ। ଏହି ନୂତନ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା। ବସ୍ ଟର୍ମିନାଲ୍‌ରେ ଟ୍ରାଫିକ୍ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବ। ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ଅଧିକ ଗୁରୁତ୍ଵ ଦିଆଯିବ।

Comment