ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ ରାଷ୍ଟ୍ରଦୂତ, ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ
  • ଶିଳ୍ପ ପ୍ରତିଷ୍ଠା, ପୁଞ୍ଜି ବିନିଯୋଗର ଅନୁକୂଳ ପରିବେଶ ଓ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ଦୃଷ୍ଟି ଆକର୍ଷଣ

ଓଡ଼ିଶାରେ ବ୍ୟବସାୟ ପରିବେଶକୁ ଜାପାନ୍ ପ୍ରଶଂସା କରିଛି। ଓଡ଼ିଶା ଗସ୍ତରେ ଆସି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେନ୍‌ଜୀ ହୀରୟୁସ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜି ବିନିଯୋଗର ଅନୁକୂଳ ପରିବେଶ ଓ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାପାନ ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଆଗାମୀ ନଭେମ୍ବର ମାସରେ ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଜାପାନକୁ ସହଯୋଗୀ ରାଷ୍ଟ୍ରଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସୂଚନା ଯୋଗ୍ୟଯେ ଗତ ଅକ୍ଟୋବରମାସରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଏକ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯାଇ ସେଠାକାର ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ।

Comment