ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ପୂର୍ବରୁ ବଲିଉଡର ବିବାଦୀୟ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ୟୁରୋପରେ ‘ଗଡ୍, ସେକ୍ସ ଏଣ୍ଡ ଟ୍ରୁଥ୍’ ନାମକ ଏକ କ୍ଷୁଦ୍ର ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏଥିରେ ଅଭିନୟ କରିଛନ୍ତି ଆମେରିକୀୟ ପର୍ଣ୍ଣ ଷ୍ଟାର ମିଆ ମାଲକୋଭା।

ସନ୍ନି ଲିଓନଙ୍କ ପରେ ମିଆ ଆଉ ଜଣେ ପର୍ଣ୍ଣ ଷ୍ଟାର୍ ଯିଏ ଭାରତୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ସହ କାମ କରିଛନ୍ତି। ନିକଟରେ ୟୁରୋପରେ ‘ଗଡ୍, ସେକ୍ସ ଏଣ୍ଡ ଟ୍ରୁଥ୍’ର ସୁଟିଂ ଶେଷ କରିଛନ୍ତି ମିଆ। ଏହି ଚଳଚ୍ଚିତ୍ରରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ମିଆ।

ଏହି ଚଳଚ୍ଚିତ୍ରର ସୁଟିଂ ଅନୁଭୂତିକୁ ଅତ୍ୟନ୍ତ ସ୍ମରଣୀୟ ବୋଲି ଟୁଇଟ୍ କରିଛନ୍ତି ରାମ ଗୋପାଳ।  ମିଆ ମାଲକୋଭା ରାମୁଙ୍କୁ ଧନ୍ୟବାଦ ଜ୍ଞାପନ କରିବା  ତାଙ୍କ ସହ ସୁଟିଂ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି।

‘ଗଡ୍, ସେକ୍ସ ଏଣ୍ଡ ଟ୍ରୁଥ୍’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି ମିଆ। ସୁଟିଂ ସମୟର ଅନୁଭୂତି ବଖାଣି ମିଆ ରାମୁଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ରାମୁ ମଧ୍ୟ ମିଆଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। କେବେ ସନ୍ନିଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିନି, କିନ୍ତୁ ଆପଣଙ୍କ ସହ ଏହି ସୁଟ୍ ମୋ ପାଇଁ ସ୍ମରଣୀୟ ବୋଲି ମିଆଙ୍କ ଉଦ୍ଦେଶ୍ୟ କହିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଜାନୁଆରୀ ୧୬ ତାରିଖରେ ଫିଲ୍ମର ଟ୍ରେଲର୍ ପ୍ରକଶ ପାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Comment