ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ-କାଶ୍ମିରରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ୭ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୭ଜଣ ସଦସ୍ୟଙ୍କୁ ନେଇ ଗଠିତ ଆତ୍ମଘାତି ବାହିନୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନେ ଉରି ସେକ୍ଟର ଜୁଲଞ୍ଜା ଦେଇ ଭାରତ ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ନିରାପତ୍ତାରକ୍ଷୀମାନେ ବାଧା ଦେଇଥିଲେ।

ଶୀନଗରଠାରୁ ୧୦୮କିଲୋମିଟର ଦୂର ଉରି ସେକ୍ଟରରେ ଜାମୁ-କାଶ୍ମିର ପୁଲିସ ଓ ଯବାନମାନେ ମିଳିତ ଭାବେ ଏହି ଆତଙ୍କବାଦୀଙ୍କ ସାମ୍ନା କରିଥିଲେ। ଉଭୟପକ୍ଷ ମଧ୍ୟରେ ଦୀର୍ଘସମୟ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ଜୈଶ-ଇ-ମହମ୍ମଦର ୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣଲ ରାଜେଶ କାଳିଆ କହିଛନ୍ତି।

ସେନାର ଏହି ସଫଳତାରେ ଖୁସି ଜାହିର୍ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ସେନାକୁ ସାଧୁବାଦ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସମଗ୍ର ଜାମ୍ମୁ-କାଶ୍ମିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment