ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର କାର୍ଡରେ ଯୋଡ଼ି ହେଲା ନୂଆ ସୁରକ୍ଷା ଫିଚର୍‌। ଆଙ୍ଗୁଠି କିମ୍ବା ଆଖିଡୋଳା ନୁହେଁ, ମୁହଁରୁ ମିଳିବ ଆଧାରକାର୍ଡଧାରୀଙ୍କ ପରିଚୟ।

  • ଅଙ୍ଗୁଳି ନୁହେଁ ମୁହଁରୁ ମିଲିବ ପରିଚୟ
  • ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ
  • ଜୁଲାଇ ୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ କରାଯିବ

ଆଧାର କାର୍ଡରେ ଯୋଡି ହେଲା ପୁଣି ନୁଆ ବ୍ୟବସ୍ଥା। ଏଣିକି ଆଧାରକାର୍ଡଧାରୀଙ୍କ ପାଇଁ ମୁହଁ ଚିହ୍ନଟ ପଦ୍ଧତି ଆରମ୍ଭ ହେବ। ୨୦୧୮ ଜୁଲାଇ ୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି।

ୟୁନିକ୍‌ ଆଇଡେଣ୍ଟିଟି ଅଥରିଟି ଅଫ୍ ଇଣ୍ଡିଆ ଆଧାର କାର୍ଡରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଫିଙ୍ଗରପ୍ରିଣ୍ଟରେ ଅନେକ ଅସୁବିଧା ହେଉଥିବାରୁ ମୁହଁ ଚିହ୍ନଟ ପଦ୍ଧତିକୁ ଅଗ୍ରାଧିକାର ଦିଆଯାଇଛି। ଏହାଦ୍ବାରା ଆଧାର ତଥ୍ୟ ଅଧିକ ସୁରକ୍ଷିତ ହୋଇପାରିବ ବୋଲି କୁହାଯାଉଛି।

ପୂର୍ବରୁ ଆଖି ଡୋଳା ଏବଂ ଆଙ୍ଗୁଠି ଛାପରୁ ଚିହ୍ନଟ କରାଯାଉଥିଲା। ଏବେ ଏହାକୁ ନେଇ ସମସ୍ୟା ଦେଖାଦେଲା। ବିଶେଷକରି ବୟସ୍କ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କର ଆଙ୍ଗୁଠି ମଳିନ ପଡ଼ି ଯାଉଥିବାରୁ ଅସୁବିଧା ହେଉଥିଲା। ଶୀତଦିନେ କେତେକ ଲୋକଙ୍କୁ ଅଙ୍ଗୁଳି ଫାଟିଥାଏ। ଫଳରେ ଆଧାର ଯାଞ୍ଚବେଳେ ଟିପ ଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରୁ ନଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମୁହଁ ଚିହ୍ନଟ ପଦ୍ଧତିକୁ ଅଗ୍ରାଧିକାର ଦିଆଯିବ।

କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ୍ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଥିଲା। ୧୨ ଡିଜିଟ୍‌ ବଦଳରେ ୧୬ ଡିଜିଟ୍‌ ଆଧାର ନମ୍ବର ପ୍ରଚଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୁର୍ବଳତା ଆଶଙ୍କା ଦୂର କରାଯିବା ବିଷୟରେ ଘୋଷଣା କରାଯାଇଥିଲା। ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୁର୍ବଳତା ଆଶଙ୍କା ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।

Comment