ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି।

ନିଖିଲ୍ ପବନ କଲ୍ୟାଣ ଢେଙ୍କାନାଳ ଜିଲ୍ଲାପାଳ ନିଯୁକ୍ତ ହୋଇଥିବାବେଳେ ଆଶିଷ୍ ଠାକରେ କେନ୍ଦୁଝର, ରମେଶ ରାଉତ୍ ବାଲେଶ୍ଵର, ମନୀଷ ଅଗ୍ରୱାଲ୍ ମାଲକାନଗିରି, ଏନ୍. ଥିରୁମାଲା ନାୟକ ବଲାଙ୍ଗୀର, କେ.ଏସ୍.ଚକ୍ରବର୍ତ୍ତୀ କୋରାପୁଟ୍ ଜିଲ୍ଲାପାଳ, ଅନୁପମ ଶାହା ଗଜପତି ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି।

ଅକ୍ଷୟ ପରିଡାଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଦାୟିତ୍ଵ ଦିଆଯାଇଥିବାବେଳେ ଭୂପିନ୍ଦର ସିଂହ ପୁନିଆଙ୍କୁ ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ ଦାସଙ୍କୁ ଯୋଜନା ଓ ପ୍ରକଳ୍ପ ସଂଯୋଜନା ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।

Comment