ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଞ୍ଚୁରିଆନ୍ ଟେଷ୍ଟରେ ଶତକ ହାସଲ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କୋହଲି। ଦ୍ଵିତୀୟ ଟେଷ୍ଟରେ ବିରାଟ କେବଳ ଶତକ ମାରିନାହାନ୍ତି, ୧୫୩ ରନର ପାଳି ଖେଳି ଭାରତକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି।

ଦେଢ ଶହ ରନ୍ ସ୍କୋର କରିବା ପରେ ନିଜ ନିର୍ବନ୍ଧ ମୁଦିକୁ କିସ୍ କରିଥିଲେ କୋହଲି। ୮୯ତମ ଓଭରରେ ମନି ମର୍କଲେଙ୍କ ବଲରୁ ଦେଢ ଶହ ରନ ପୁରା କରିଥିଲେ କୋହଲି। ନିର୍ବନ୍ଧ ମୁଦିକୁ ନିଜ ଗଳାରେ ପକାଇଥିବା କୋହଲି ଦେଢଶହ ରନ୍ କରିବା ପରେ ମୁଦିକୁ କିସ୍ କରି ଜୀବନସାଥୀ ଅନୁଷ୍କାଙ୍କୁ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରଦର୍ଶନ କରିଥିଲେ।

ନିକଟରେ ବଲିଉଡ଼ ଅଭିନେତ୍ରୀ ତଥା ନିଜ ପ୍ରେମିକା ଅନୁଷ୍କା ଶର୍ମାଙ୍କୁ ଇଟାଲିରେ ବେଶ୍ ଧୁମଧାମରେ ବିବାହ କରିଥିଲେ। ବିବାହ ପୂର୍ବରୁ ବି ଅନୁଷ୍କା ବିରାଟଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି । ବିବାହ ପରେ ବିରାଟ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ପତ୍ନୀ ଅନୁଷ୍କା ମଧ୍ୟ ସାଥିରେ ଯାଇଥିଲେ। ପ୍ରଥମ ଟେଷ୍ଟରେ ଷ୍ଟାଡିୟମରେ ବସି ବିରାଟଙ୍କ ଚିୟର୍ କରୁଥିବାର ଲକ୍ଷ୍ୟ କରାଯାଇଥିଲା।

ଫିଲ୍ମ ‘ପରୀ’ର ପ୍ରମୋଶନ ପାଇଁ ଅନୁଷ୍କା ଭାରତ ଫେରିଆସିଛନ୍ତି। ବିରାଟ ପଡିଆରେ ନିଜ ବ୍ୟାଟିଂର ଯାଦୁ ଦେଖାଇ ବହୁ ରେକର୍ଡ ଭାଙ୍ଗି ଚାଲିଛନ୍ତି।

Comment