ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରନ େୱ ସମ୍ପ୍ରସାରଣ ପାଇଁ ୨୦୫.୧୭ କୋଟି ଟଙ୍କା ଖର୍ଚ୍ଚ
  • ଜୟପୁର, ରଙ୍ଗେଇଲୁଣ୍ଡା, ସତୀଭତ୍ତା, ରାସଗୋବିନ୍ଦପୁର ଓ ଖଣ୍ଡପଡ଼ା ବିମାନ ଘାଟି ସମ୍ପ୍ରସାରଣ

ସତୀଭତ୍ତା, ମୟୂରଭଞ୍ଜର ରାସଗୋବିନ୍ଦପୁର ଓ ନୟାନଡ଼ ଜିଲ୍ଲାର ଖଣ୍ଡପଡ଼ା ବିମାନ ଘାଟି ସମ୍ପ୍ରସାରଣ ହେବ। କୋରାପୁଟର ଜୟପୁର, ଗଞ୍ଜାମର ରଙ୍ଗେଇଲୁଣ୍ଡା, ବରଗଡ଼ର ସତୀଭତ୍ତା, ମୟୂରଭଞ୍ଜର ରାସଗୋବିନ୍ଦପୁର ଓ ନୟାନଡ଼ ଜିଲ୍ଲାର ଖଣ୍ଡପଡ଼ା ବିମାନ ଘାଟି ସମ୍ପ୍ରସାରଣ ପାଇଁ ବେସାମରିକ ବିମାଳ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ଥିବା ୨୦ଟି ବିମାନ ଅବତରଣ କେନ୍ଦ୍ର ମଧ୍ୟରୁ ୧୨ଟିରେ ରାଜ୍ୟ ସରକାର ବିମାନ ଅବତରଣ କରାଉଛନ୍ତି। ଏହି ୧୨ଟି ବିମାନ ଅବତରଣ କେନ୍ଦ୍ରର ଉନ୍ନତି ପାଇଁ ୨୦୧୨-୧୩ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ୧୭୫.୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବୀରସାଲ, ରଙ୍ଗେଇଲୁଣ୍ଡା, ସତୀଭତ୍ତା, ଗୁଡାରୀ, ତୁଷରା, ଉତ୍କୋଲା, ଝାରସୁଗୁଡ଼ା ଓ ଜୟପୁର ବିମାନ ଅବତରଣ କେନ୍ଦ୍ରକୁ ବ୍ୟବସାୟିକ ବିମାନ ଉଡାଣ ଘାଟିରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏହି ଟଙ୍କା ଖର୍ଚ୍ଚ କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏହି ବିମାନ ଅବତରଣ କେନ୍ଦ୍ରଗୁଡିକର ଉନ୍ନତି, ନୂତନ ବିମାନ ଘାଟି ନିର୍ମାଣ, ରନ େୱର ସମ୍ପ୍ରସାରଣ ପାଇଁ ୨୦୫.୧୭କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment