ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପତଞ୍ଜଳି ପକ୍ଷରୁ ଆରମ୍ଭ ହେବ ‘ଦିବ୍ୟ ଜଳ’ ବ୍ରାଣ୍ଡ୍ ପାନୀୟ ଜଳ
  • ‘ପରିଧାନ’ ବ୍ରାଣ୍ଡରେ ଆସୁଛି ପୋଷାକ, ଜୋତା

ବାବା ରାମଦେବଙ୍କ ଦ୍ଵାରା ପରିଚାଳିତ କମ୍ପାନି ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍ଏମସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟଫର୍ମରେ ପ୍ରବେଶ କରିଛି।

ଏଥିପାଇଁ କମ୍ପାନି ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଅନଲାଇନ୍ ସପିଂ ପୋର୍ଟାଲଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନି ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବିକ୍ରି ଲକ୍ଷ୍ୟ ରଖିଛି। ପତଞ୍ଜଳି ଆମାଜନ୍ ଏବଂ ଫ୍ଲିପକାର୍ଟ ସହ ଗ୍ରୋଫର୍ସ, ସପକ୍ଲୁଜ୍, ବିଗ୍ ବାସ୍କେଟ୍, ୧ ଏମଜି, ପେଟିଏମ୍ ମଲ୍ ଏବଂ ନେଟମେଡ୍ ଆଦି କମ୍ପାନୀଗୁଡିକ ସହ ଅନୁବନ୍ଧିତ ହୋଇଛି।

ଏହାଦ୍ଵାରା କମ୍ପାନୀର ସମସ୍ତ ରେଞ୍ଜ୍ ଉତ୍ପାଦ ଅନଲାଇନରେ ଉପଲବ୍ଧ ହେବ। ଏହା ସହିତ ପତଞ୍ଜଳି ଚଳିତବର୍ଷ ନୂଆ ଉତ୍ପାଦ ସେଗମେଣ୍ଟ ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି। କମ୍ପାନୀ ‘ଦିବ୍ୟ ଜଳ’ ବ୍ରାଣ୍ଡ ମାଧ୍ୟମରେ ପାନୀୟ ଜଳ ସେଗମେଣ୍ଟରେ ପ୍ରବେଶ କରିବ। ଖାଲି ସେତିକି ନୁହେଁ ‘ପରିଧାନ’ ବ୍ରାଣ୍ଡ୍ ନାମରେ ଏହା ପୋଷାକ ଏବଂ ଜୋତା ସେଗମେଣ୍ଟରେ ଚଳିତବର୍ଷ ପ୍ରବେଶ କରିବ ବୋଲି ସୂଚନା ଦେଇଛି। ପାରମ୍ପରିକ ରିଟେଲ୍ ବଜାରଠାରୁ କିଛିଟା ଭିନ୍ନ ଭାବେ ନିଜକୁ ଏହା ଉପସ୍ଥାପନ କରୁଛି ବୋଲି ବାବା ରାମଦେବ କହିଛନ୍ତି।

କମ୍ପାନୀ ପରୀକ୍ଷାମୂଳକ ଭାବେ ଏହାର ନିଜସ୍ଵ ପ୍ଲାଟଫର୍ମ www.patanjaliayurved.net ରେ ଏହାର ସ୍ଵଦେଶୀ ରେଞ୍ଜ୍ ଉତ୍ପାଦ ବିକ୍ରି ଆରମ୍ଭ କରିଥିଲା, ଯାହାର ମାର୍କେଟରେ ଭଲ ରେସପନ୍ସ ଥିଲା।

Comment