ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏପ୍ରିଲରୁ ଜୁଲାଇ ମଧ୍ୟରେ ଆୟୋଜିତ ହେବ ପ୍ରଦର୍ଶନୀ
  •  ପ୍ରଦର୍ଶିତ ହେବ ଗାନ୍ଧିଜୀଙ୍କ ଏକହଜାରରୁ ଊର୍ଦ୍ଧ୍ଵ ଫଟୋ, ୧୩୦ ମିନିଟ୍‌ର ଫୁଟେଜ
  • ଏକଘଣ୍ଟାର ଫିଲ୍ମ ଓ ଶୁଣିବାକୁ ମିଳିବ ଗାନ୍ଧିଜୀଙ୍କ ୨୦ଟି ଗୁରୁତ୍ଵପୂର୍ଣ୍ଣ ଭାଷଣ

ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶ ମିନି ଇଣ୍ଡିଆ ଭାବେ ପରିଚିତ। ଏଠାରେ ବାସ କରୁଛନ୍ତି ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ। ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଜାଗରଣ ସୃଷ୍ଟି ପାଇଁ ଭାରତଗସ୍ତରେ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ  ଡାନିଏଲ୍ ଆଣ୍ଡ୍ର୍ୟୁଜ୍ ଉଦ୍ୟମ ଆରମ୍ଭ କରିଛନ୍ତି।

ନୂଆଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରରେ ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ଚାଲିଥିବା ପ୍ରଦର୍ଶନୀ ପରିଦର୍ଶନ କରି ଶ୍ରୀ ଆଣ୍ଡ୍ର୍ୟୁଜ୍ ଚକିତ ହୋଇଯାଇଥିଲେ। ନିଜ ଦେଶର ଭିକ୍ଟୋରିଆରେ ଗାନ୍ଧିଜୀଙ୍କ ଜୀବନୀ ଓ ସଫଳତା ସମ୍ପର୍କିତ ପ୍ରଦଶର୍ନୀ ଆଯୋଜନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ଏପ୍ରିଲରୁ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ। ଭିକ୍ଟୋରିଆର ଇମିଗ୍ରେସନ୍ ମ୍ୟୁଜିୟମରେ ଏହା ଆୟୋଜିତ ହେବ ବୋଲି ସେ କହିଛନ୍ତି।

ଏହି ପ୍ରଦର୍ଶନୀରେ ସ୍ଥାନ ପାଇବ ଗାନ୍ଧିଜୀଙ୍କ ଏକ ହଜାରରୁ ଊର୍ଦ୍ଧ୍ଵ ଫଟୋ,୧୩୦ ମିନିଟ୍‌ର ଫୁଟେଜ ଓ ଏକଘଣ୍ଟାର ଫିଲ୍ମ। ଶୁଣିବାକୁ ମିଳିବ ଗାନ୍ଧିଜୀଙ୍କ ୨୦ଟି ଗୁରୁତ୍ଵପୂର୍ଣ୍ଣ ଭାଷଣ। ଭିକ୍ଟୋରିଆରବାସୀ ଏହି ପ୍ରଦର୍ଶନୀ ଦେଖି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବେ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି। ଶ୍ରୀ ଆଣ୍ଡ୍ର୍ୟୁଜ୍ କହିଛନ୍ତି, ମହାତ୍ମାଗାନ୍ଧି ଜଣେ ପ୍ରେରଣାଦାୟୀ ନେତା। ତାଙ୍କର ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହ ଯୁଗ ଯୁଗଧରି ବିଶ୍ଵବାସୀଙ୍କୁ ଶାନ୍ତିର ବାର୍ତ୍ତା ଦେଇ ଆସୁଥିବ।

Comment