ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଆଇସିସି ୪ଟି ବିଭାଗରେ ବିରାଟ କୋହଲିଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛି । ଗୋଟିଏ ବର୍ଷରେ ଆଇସିସି ପକ୍ଷରୁ ୪ଟି ବିଭାଗରେ ପୁରସ୍କାର ଜିତିବାରେ ବିରାଟ ହେଉଛନ୍ତି ବିଶ୍ଵର ପ୍ରଥମ କ୍ରିକେଟ୍ ଖେଳାଳି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଭାଗ୍ୟଦେବୀ ପୁଣି ପ୍ରସନ୍ନ ହୋଇଛନ୍ତି। ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ କୋହଲିଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ଲଢୁଆ ପ୍ରଦର୍ଶନ ଜାରି ରଖିଛନ୍ତି ସେ । ଫଳସ୍ଵରୂପ ଚଳିତବର୍ଷ ଆଇସିସି ୪ ଟି ବିଭାଗରେ ବିରାଟଙ୍କୁ ପୁରସ୍କୃତ କରିବାର ନିଷ୍ପତ୍ତି ନେଇଛି। ବିଶ୍ଵର ପ୍ରଥମ କ୍ରିକେଟ୍ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି।

ଅନ୍ତର୍ଜାତିୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବାର୍ଷିକ ପୁରସ୍କାର ଘୋଷଣା କରାଯାଇଛି। ବିରାଟ କୋହଲି ଜିତିଛନ୍ତି ‘କ୍ରିକେଟିୟର୍ ଅଫ୍ ଦ ଇୟର୍ ପୁରସ୍କାର’, ଦିନିକିଆ କ୍ରିକେଟର୍ ଅଫ୍ ଦ ଇୟର୍’ ଟେଷ୍ଟ ଓ ଏକଦିବସୀୟ ମ୍ୟାଚର ଶ୍ରେଷ୍ଠ ଅଧିନାୟକ ଭାବେ ମଧ୍ୟ ବିରାଟଙ୍କୁ ମନୋନୀତ କରାଯାଇଛି। ୨୦୧୭ ମସିହା ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି। ଗୋଟିଏ ବର୍ଷରେ ଆଇସିସି ପକ୍ଷରୁ ୪ଟି ବିଭାଗରେ ପୁରସ୍କାର ଜିତିବାରେ ବିରାଟ ହେଉଛନ୍ତି ପ୍ରଥମ କ୍ରିକେଟ୍ ଖେଳାଳି।

୨୦୦୭ରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧନାୟକ ରିକି ପଣ୍ଟିଂଙ୍କୁ ତିନୋଟି ବିଭାଗରେ ପୁରସ୍କୃତ କରାଯାଇଥିଲା। ସେହିପରି ପୂର୍ବତନ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ତିନୋଟି ବିଭାଗରେ ପୁରସ୍କୃତ ହୋଇଥିଲେ। ଏହି ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ।

କୋହଲି ୨୦୧୬-୧୭ ଡିସେମ୍ବର ପର୍ଯ୍ୟନ୍ତ ବିରାଟ ଟେଷ୍ଟ୍ ମ୍ୟାଚରେ ୭୭.୮୦ ହାରରେ ୨୨୦୩ ରନ୍ କରିଛନ୍ତି। ଏଥିରେ ୮ଟି ଶତକ ସାମିଲ୍ ରହିଛି। ସେହିପରି ଏକଦିବସୀୟ ମ୍ୟାଚରେ ୮୨.୬୩ ହାରରେ ୧୮୧୮ ରନ୍ ସ୍କୋର କରିଛନ୍ତି। ଟି-୨୦ ମ୍ୟାଚରେ ୧୫୩ ଷ୍ଟା୍ରାଇକ୍ ରେଟରେ ୨୯୯ ରନ୍ କରିଛନ୍ତି। ଏହି ତିନୋଟି ଫର୍ମାଟରେ ବିରାଟ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଦ୍ଵିତୀୟ ଭାରତୀୟ କ୍ରିକେଟ୍ ଖେଳାଳି ଭାବେ ବିରାଟ୍ ଜିତିଛନ୍ତି ‘କ୍ରିକେଟ୍ର ଅଫ୍ ଦ ଇୟର୍’ ପୁରସ୍କାର। ଗତବର୍ଷ ରବିଚନ୍ଦ୍ରନ ଅଶ୍ଵିନ୍ ଏହି ପୁରସ୍କାର ଜିତିଥିଲେ।

ଆଇସିସି ସର୍ବଶ୍ରେଷ୍ଠ ଏକଦିବସୀୟ ଦଳରେ ଭାରତ ପକ୍ଷରୁ ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ରୋହିତ୍ ଶର୍ମା, ବିରାଟ କୋହଲି ଓ ଜସପ୍ରିତ୍ ବୁମରାହ। ସେହିପରି ଟେଷ୍ଟ ଦଳରେ ମଧ୍ୟ ତିନିଜଣ ଭାରତୀୟ ଚେତେଶ୍ଵର ପୂଜାରା, ଆର୍ ଅଶ୍ଵିନ୍ ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି।

 

Comment