ଓଡ଼ିଶାଲାଇଭ୍‌ ବ୍ୟୁରୋ


ପାଖେଇ ଆସୁଛି ନିର୍ବାଚନ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣର ପର୍ବ। ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି। ଏହି କ୍ରମରେ ଓଲିଉଡ଼ ଅଭିନେତା ମିହିର୍ ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରି ସାମିଲ୍ ହୋଇଛନ୍ତି।

ଦୁହେଁ ଆସନ୍ତାକାଲି ବିଜେପିରେ ସାମିଲ ହେବେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ।

ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଦେଶରେ ହେଉଥିବା ବିକାଶ ଆଖିଦୃଶିଆ ହେଉଛି ତେଣୁ ସେ ବିଜେପିରେ ଯୋଗ ଦେବେ ବୋଲି ମିହିର୍ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି। ୧୭ ବର୍ଷ ଶାସନ କାଳ ବିତିଗଲାଣି ଆଜି ବି ଓଡ଼ିଶା ପଛରେ ଅଛି। କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ମିହିର୍। ତେଣୁ ବିଜେପି ଦଳ ସହ ମିଶି କାମ କରିବାକୁ ଆଗ୍ରହୀ।

ଅନ୍ୟପକ୍ଷରେ ଓଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଅନୁଚୌଧୁରୀ ମଧ୍ୟ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ନରେନ୍ଦ୍ର ମୋଦି ଶାସନରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେବେ ବୋଲି ଅନୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Comment