ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି କ୍ରମରେ ଐତିହାସିକ ରାମଚନ୍ଦ୍ର ଗୁହା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି।
ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଐତିହାସିକ ରାମଚନ୍ଦ୍ର ଗୁହା ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି।
ଦୈନିକ ଇଂରାଜୀ ଖବରକାଗଜରେ ଲେଖିଥିବା ସ୍ତମ୍ଭରେ ଗୁହା କହିଛନ୍ତି, “ବିସିସିଆଇ କୋହଲିଙ୍କୁ ଯେମିତି ପୂଜା କରୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଦସ୍ୟ ପୂଜା କରୁ ନଥିବେ।”
ରବି ଶାସ୍ତ୍ରୀ ଦୁର୍ବଳ କୋଚ୍
ଟିମ୍ ଇଣ୍ଡିଆର ଅଧିନାୟକ ନୁହନ୍ତି, କୋଚ୍ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଗୁହା ସମାଲୋଚନା କରିଛନ୍ତି। ସେ ରବି ଶାସ୍ତ୍ରୀଙ୍କୁ ଦୁର୍ବଳ କୋଚ କହିବାକୁ ପଛାଇ ନାହାନ୍ତି। ରବି ଶାସ୍ତ୍ରୀଙ୍କ କୋଚ ହେବା ପରେ ଟିମ୍ ଇଣ୍ଡିଆ ଭାରତରେ କିଛି ମ୍ୟାଚ ଖେଳିଥିଲା। ହୋମ୍ ଗ୍ରାଉଣ୍ଡରେ କିଛି ଜଣାପଡ଼ୁ ନଥିଲା। ହେଲେ ବିଦେଶ ମାଟିରେ ଟିମ୍ ଇଣ୍ଡିଆ ଏବଂ ଶାସ୍ତ୍ରୀଙ୍କ ପାରିବା ପଣିଆ ପଦାରେ ପଡ଼ି ଯାଇଛି।
ଟିମ୍ ଇଣ୍ଡିଆର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟ କମିଟି ଅଫ୍ ଆଡମିନିଷ୍ଟ୍ରେଟର ଗଠନ କରିଥିଲେ। ରାମଚନ୍ଦ୍ର ଗୁହା ଏହି କମିଟିର ସଦସ୍ୟ ରହିଥିଲେ। ହେଲେ ବିସିସିଆଇର କାର୍ଯ୍ୟକଳାପରେ ଅଣନିଶ୍ବାସୀ ହୋଇ ଗୁହା କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ବିରାଟ କୋହଲିଙ୍କୁ ପ୍ରଶଂସା ବି କରିଛନ୍ତି ଗୁହା। କୋହଲିଙ୍କୁ ଜଣେ ଭଲ ଖେଳାଳି ଭାବେ ଅଭିହିତ କରିଛନ୍ତି ସେ। କିନ୍ତୁ କୋହଲିଙ୍କ ଅହଙ୍କାର ଦଳ ପାଇଁ ଖରାପ ବୋଲି ଗୁହା କହିଛନ୍ତି।