ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୦ ଦଶକରେ ଦିନେଶ କାର୍ତ୍ତିକଙ୍କ ଶାଶୂ ଇଟି ଚୋରିୟା ବୁମନ୍‌ ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ସେ ଟେଷ୍ଟ ସହ ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି।

ଭାରତୀୟ କ୍ରିକେଟ ଷ୍ଟାରଙ୍କୁ ନେଇ ରହିଛି ଅନେକ ରୋମାଞ୍ଚକର କାହାଣୀ। କିଏ ସଂଘର୍ଷ କରି ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଛି ତ ଆଉ କିଏ ଅନ୍ୟର ପ୍ରେରଣାରେ କ୍ରିକେଟ ଜଗତକୁ ଆସିଛି।

ହେଲେ ଟିମ୍‌ ଇଣ୍ଡିଆର ୱିକେଟ୍ କିପର୍‌ ଦୀନେଶ କାର୍ତ୍ତିକଙ୍କ  କଥା ଟିକେ ନିଆରା। ସେ ତାଙ୍କ ଶାଶୂ ସୁସାନ୍ ଇଟି ଚୋରିୟା ବୁମନ୍‌ଙ୍କ ପ୍ରେରଣାରେ କ୍ରିକେଟ ଦୁନିଆରେ ସଫଳତା ହାସଲ କରିଥିବା କୁହାଯାଉଛି। ୭୦ ଦଶକରେ ଦିନେଶଙ୍କ ଶାଶୂ ସୁସାନ୍ ଟିମ୍‌ ଇଣ୍ଡିଆର ସଦସ୍ୟ ରହିଥିବା ଜଣାପଡ଼ିଛି।

୧୯୭୬ ଅକ୍ଟୋବର ୩୧ରେ ସୁସାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ୧୯୭୭ରେ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ତାଙ୍କ ଟେଷ୍ଟ କ୍ୟାରିଅର୍ ଶେଷ ହୋଇଥିଲା। ସେ ତାଙ୍କ ଟେଷ୍ଟ କ୍ୟାରିଅରରେ ୪୦ ରନ୍ କରିବା ସହ ୭ଟି ୱିକେଟ୍ ନେଇଥିଲେ।

ଦିନିକିଆ ମ୍ୟାଚ୍‌ରେ ବି ସୁସାନ୍‌ ଡେବ୍ୟୁ କରିଥିଲେ। ୨ଟି ଦିନିକିଆରେ ସୁସାନ୍ ୧୪ ରନ୍ କରିବା ସହ ୧ଟି ୱିକେଟ୍ ନେଇଥିଲେ। ୧୯୭୮ ଜାନୁଆରୀ ୫ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିଲେ। ଦ୍ବିତୀୟ ଦିନିକିଆ ସେ ୧୯୭୮ ଜାନୁଆରୀ ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ।

ଦିନେଶ କାର୍ତ୍ତିକ ସୁସାନ୍‌ଙ୍କ ଝିଅ ଦୀପିକା ପଲ୍ଲିକଲଙ୍କୁ ବିବାହ କରିଛନ୍ତି।

Comment