ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ବଜେଟ୍ ଲୋଭନୀୟ ହେବା ପରିବର୍ତ୍ତେ ଏକ କଡା ବଜେଟ୍ ହେବ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ପୁର୍ଣ୍ଣ ବଜେଟ୍ ହୋଇଥିବାରୁ ସାଧାରଣ ଲୋକଙ୍କର ଏହା ଉପରେ ନଜର ରହିଛି।

ଏଥର ବଜେଟ୍ ଲୋଭନୀୟ ହେବା ପରିବର୍ତ୍ତେ ଏକ କଡା ବଜେଟ୍ ହେବ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଏଥର ବଜେଟ ଲୋଭନୀୟ ହେବା ପରିବର୍ତ୍ତେ ଆର୍ଥିକ ବିକାଶ କ୍ଷେତ୍ରକୁ ଲକ୍ଷ୍ୟରେ ରଖି କିଛି କଡା ଫଇସଲା ନିଆଯାଇପାରେ।

ଆଗାମୀ ବଜେଟ ଲୋଭନୀୟ ହେବ ନାହିଁ। ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଯେଉଁ ଏଜେଣ୍ଡା ରହିଛି, ସେହି ଅନୁଯାୟୀ ହିଁ ଏଥର ବଜେଟ୍ ଉପସ୍ଥାପନ କରାଯିବ। ଭାରତର ଅର୍ଥବ୍ୟବସ୍ଥା ‘ପାଞ୍ଚ ପ୍ରମୁଖ’ ଦୁର୍ବଳ ଅର୍ଥବ୍ୟବସ୍ଥା ଭିତରୁ ବାହାରି ବିଶ୍ବର ଏକ ଆକର୍ଷକ ଅର୍ଥବ୍ୟବସ୍ଥା ଭାବେ ପରିଗଣିତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

“ଲୋକମାନେ ମାଗଣା ଜିନିଷରୁ ମୁକ୍ତି ଚାହୁଁଛନ୍ତି। ତେଣୁ ଆଗାମୀ ବଜେଟରେ ଦେଶ ଆଗକୁ ବଢାଇବା ପାଇଁ ପ୍ରୟାସ କରାଯିବ। ତା’ସହ ମଜବୁତ୍ ଅର୍ଥନୀତି ଉପରେ ଗୁରୁତ୍ତ୍ଵ ଦିଆଯିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମନ୍ତବ୍ୟକୁ ଦେଶର କିଛି ଅର୍ଥନୀତିଜ୍ଞଙ୍କୁ ସହଜରେ ଗ୍ରହଣ କରିପାରିନାହାନ୍ତି।

Comment