ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଏୟାର ଲାଇନ୍ସଗୁଡ଼ିକ ଟ୍ରାଇ( ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ)ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିମାନଗୁଡ଼ିକରେ ଏବେ ଓ୍ଵାଇଫାଇ ସେବା ମିଳିବ। ବିମାନ ସେବାରେ ଗୁଣାତ୍ମକ ବୃଦ୍ଧିରେ ଏହା ସହାୟକ ହେବ। ବିଶେଷ କରି ବିଜନେସ ବର୍ଗର ଯାତ୍ରୀମାନଙ୍କ ପାଇଁ ଏହା ବେଶ୍ ଲାଭଦାୟକ ହୋଇ ପାରିବ ବୋଲି ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି।

ଇନ୍ ଫ୍ଲାଇଟ୍ ଇଣ୍ଟନେଟ୍ ସେବା ପାଇଁ ଯାତ୍ରୀମାନଙ୍କୁ ପ୍ରାୟ ୫ଶହରୁ ୧ ହଜାର ପର୍ୟ୍ୟନ୍ତ ଟଙ୍କା ଅଧିକ ଦେବାକୁ ପଡ଼ିବ। ବିମାନରେ ଇଣ୍ଟରନେଟ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ଦେୟ ପ୍ରଦାନ ପାଇଁ ଏୟାରଲାଇନ୍ସଗୁଡ଼ିକ ଏହି ଟଙ୍କା ଯାତ୍ରୀମାନଙ୍କ ଠାରୁ ଆଦାୟ କରିବେ। ତେବେ ଘରୋଇ ଉଡ଼ାଣ ପାଇଁ ଆଗୁଆ ବୁକିଂ କଲେ (ସ୍ୱଳ୍ପ ଦୂର ଉଡାଣ ପାଇଁ ) ପଡ଼ୁଥିବା ୧୨୦୦ ରୁ ୨୫୦୦ ଟଙ୍କାର ବିମାନ ଯାତ୍ରୀ ଭଡ଼ା ଏହାଦ୍ୱାରା ବୃଦ୍ଧି ପାଇବ ବୋଲି କୁହାଯାଉଛି।

ଟ୍ରାଇଙ୍କ ଏହି ନିର୍ଦ୍ଦେଶ ଆନ୍ତର୍ଜାତିକ ବିମାନଗୁଡ଼ିକ ପାଇଁ ବେଶ୍ ଲାଭ ଦାୟକ ହେବ କାରଣ ଏଣିକି ଭାରତୀୟ ବାୟୁସୀମାରେ ପ୍ରବେଶ କଲେ ଆଉ ସେମାନଙ୍କୁ ଓ୍ଵାଇଫାଇ ସେବା ବନ୍ଦ କରିବାକୁ ପଡ଼ିବ ନାହିଁ। ତେବେ ଘରୋଇ ବିମାନଯାତ୍ରା ପାଇଁ ଇଣ୍ଟନେଟ୍ ସେବାର ଉପଯୋଗିତା ଓ ଏଥିପାଇଁ ପଡ଼ୁଥିବା ଅଧିକ ଦେୟ ନେଇ ବିଚାରବିମର୍ଶ ଓ ଆଲୋଚନା ଚାଲିଛି।

Comment