ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାତୀୟ ପତାକାର ଲମ୍ବ ୧୨୧.୫ ଫୁଟ ଓ ଓସାର ୮୧ ଫୁଟ
  • ପୂର୍ବରୁ ୱାଘା ସୀମାନ୍ତରେ ଉତ୍ତୋଳନ କରାଯାଇଥିଲା ସବୁଠାରୁ ବଡ ଜାତୀୟ ପତାକା

ପଶ୍ଚିମବଙ୍ଗର ନଦିଆ ଜିଲାର ଫୁଲିଆ ସହରରେ ସବୁଠାରୁ ବଡ ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଛି। ନିକଟରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏଭଳି ନିଆରା ପଦକ୍ଷେପ ନିଆଯାଇଛି।

ସ୍ଥାନୀୟ ଏକ କ୍ଲବ ପକ୍ଷରୁ ଉତ୍ତୋଳିତ ହୋଇଥିବା ଜାତୀୟ ପତାକାର ଲମ୍ବ ୧୨୧.୫ ଫୁଟ ଓ ଓସାର ୮୧ ଫୁଟ ବୋଲି ଜଣାପଡିଛି। ଏହାର ଓଜନ ୬୫ କିଗ୍ରା ଓ ଏହାକୁ ପ୍ରସ୍ତୁତ କରିବାରେ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ବାଉଁଶରେ ନିର୍ମିତ ୧୮୧.୬ ଫୁଟ ଉଚ୍ଚତା ବିଶିଷ୍ଟ ସ୍ତମ୍ଭରେ ଏହି ପତାକା ଖଞ୍ଜାଯାଇଥିଲା।

ପୂର୍ବରୁ ୱାଘା ସୀମାନ୍ତରେ ଉତ୍ତୋଳନ କରାଯାଇଥିବା ସବୁଠାରୁ ବଡ ଜାତୀୟ ପତାକାର ଲମ୍ବ ୧୨୦ ଫୁଟ ଓ ଓସାର ୮୦ ଫୁଟ ଥିଲା।

ଏହି ପରିପ୍ରେକ୍ଷୀରେ ନୂତନ ପତାକା ସବୁଠାରୁ ବଡ ହୋଇଥିବାରୁ ଏହାକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନିତ କରିବାକୁ କ୍ଲବ ପକ୍ଷରୁ ଉଦ୍ୟମ କରାଯାଉଛି।

Comment