ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲା ଟିମ୍‌
  • ଉପ-ନିର୍ବାଚନକୁ ଅବାଧ, ମୁକ୍ତ କରିବାକୁ ଦାବି

ବିଜେପୁର ଉପ-ନିର୍ବାଚନକୁ ଅବାଧ ମୁକ୍ତ କରିବା ପାଇଁ ଦାବି କରିଛି ବିଜେପି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍‌ କେନ୍ଦ୍ରିୟ ନିର୍ବାଚନ କମିଶନଙ୍କୁ ମଙ୍ଗଳବାର ଭେଟିଛନ୍ତି। ବିଜେପୁର ଉପ-ନିର୍ବାଚନକୁ ସରକାରୀବାବୁମାନେ ଶାସକ ଦଳର କର୍ମୀ ସାଜି ନିୟନ୍ତ୍ରଣ କରୁଥିବା ବିଜେପି ଅଭିଯୋଗ କରିଛି।

ରାଜ୍ୟ ପ୍ରଭାରି ଅରୁଣ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, ମୁଖପାତ୍ର ସମ୍ବିତ ପାତ୍ର ଓ  ନିର୍ବାଚନ ସେଲ୍‌ର ସଦସ୍ୟ ଓମ୍ ପାଠକ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ବିଭିନ୍ନ ଅଭିଯୋଗ କରିଛନ୍ତି।

୧. ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ବିଜେପୁର, ଗାଇସିଲାଟ ଓ ବରପାଲି ଥାନାର ଆଇଆଇସିଙ୍କୁ ବଦଳି କରାଯାଉ।

୨. ଏହି ନିର୍ବାଚନମଣ୍ଡଳୀର ସମସ୍ତ ୨୭୦ଟି ବୁଥକୁ ଉତ୍ତେଜନାପ୍ରବଣ ଘୋଷଣା କରାଯାଇ ସିସିଟିଭି କ୍ୟାମେରା ଲଗାଯାଉ।

୩. ନିର୍ବାଚନରେ ଆଇନ୍‌ ଶୃଙ୍ଖଳା ରକ୍ଷା କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳକୁ ନିୟୋଜିତ କରିବାକୁ ଦାବି କରିଛି ବିଜେପି ପ୍ରତିନିଧି ମଣ୍ଡଳୀ।

୪.  ନିର୍ବାଚନ ବେଳେ ପୋଲିସର କାର୍ଯ୍ୟକଳାପ, ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବାକୁ ଅଧିକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବାକୁ ଦାବି।

୫. ଶାସକ ଦଳ ବିଜେପୁରରେ ବାହୁବଳ ପ୍ରୟୋଗ କରି ସମର୍ଥନ ହାସଲ କରିବାକୁ ଅପଚେଷ୍ଟା କରୁଛନ୍ତି  ବୋଲି  ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ  କରିଛନ୍ତି।

” ବିଜେପୁର ବିଧାୟକଙ୍କ ମୃତ୍ୟୁ ପରେ ଅନ୍ୟୁନ୍ୟ ୧୫ ଶହ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ ଦଳୀୟ ଆଧାରରେ ଶାସକ ବିଜେଡି ବାଣ୍ଟିଛି। ବିଡିଓମାନେ ଏହି ବେନିୟମ କାମରେ ସହଯୋଗ କରୁଥିବ ବେଳେ ଜିଲ୍ଲାପାଳ ଏହି କାମକୁ ପ୍ରୋତ୍ସାହିତ କରୁଛନ୍ତି। ନିର୍ବାଚନ ମଣ୍ଡଳୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି”, କହିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

Comment