ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’ ନୌସେନାରେ ସାମିଲ

ମାଜଗୋନ ଡକ୍‌ରେ ନୌସେନାରେ ସାମିଲ  ହେଲା ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ ଆଇଏନ୍‌ଏସ୍‌ କରଞ୍ଜ। ଗୁପ୍ତରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରି ପାରିବାର କ୍ଷମତା ରଖିଛି  ‘ଆଇଏନ୍‌ଏସ୍‌ କରଞ୍ଜ’। ଏହା ପାକିସ୍ତାନ ଓ ଚୀନ ଭଳି ଶତ୍ରୁପକ୍ଷଙ୍କ ଚିନ୍ତା ବଢାଇପାରେ ବୋଲି କୁହାଯାଉଛି।

ଏଥିପାଇଁ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଗତ ବର୍ଷ ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ ଆଇଏନ୍‌ଏସ୍‌ କଲଭରୀ ନୌସେନାରେ ସାମିଲ ହୋଇଥିଲା। ଡିସେମ୍ବର ମାସରେ ଏହା ନୌସେନାରେ ସାମିଲ ହୋଇଥିଲା। ମାତ୍ର ୬ ମାସ ମଧ୍ୟରେ ଏହି ଶ୍ରେଣୀର ଦ୍ୱିତୀୟ ବୁଡା ଜାହାଜ ଖଣ୍ଡେରୀ ନୌସେନାରେ ସାମିଲ ହୋଇଥିଲା। ଏହା ପରେ ତୃତୀୟ ବୁଡା ଜାହାଜ ଭାବେ ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ ହୋଇଛି।

ଆଇଏନ୍‌ଏସ୍‌ କରଞ୍ଜରେ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିଛି। ସୋନାରରେ ସହଜରେ ଏହା ଧରା ପଡିବ ନାହିଁ। ଗୁପ୍ତରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରି ପାରିବ। ଏଥିରେ ନିୟନ୍ତ୍ରଣ କରାଯାଇ ପାରୁଥିବା ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରହିଛି। ଆଇଏନ୍‌ଏସ୍‌ କରଞ୍ଜ ୬୭.୫ ମିଟର ଲମ୍ବା ଓ ୧୨.୩ ମିଟର ଚଉଡ଼ା।

ଆସନ୍ତୁ ଜାଣିବା ଆଇଏନ୍‌ଏସ୍‌ ‘କରଞ୍ଜ’ ବିଷୟରେ କିଛି ତଥ୍ୟ-

  • ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଆଇଏନ୍‌ଏସ୍‌ କରଞ୍ଜ।
  • ଫ୍ରାନ୍ସ ସହାୟତାରେ ଭାରତରେ ନିର୍ମାଣ କରାଯାଇଛି ଆଇଏନ୍‌ଏସ୍‌ କରଞ୍ଜ।
  • ଆଧୁନିକ ଯନ୍ତ୍ର ପାତିରେ ନିର୍ମିତ ‘ଆଇଏନ୍‌ଏସ୍‌ କରଞ୍ଜ’ ଶତ୍ରୁ ପକ୍ଷ ଜାହାଜକୁ ଚକମା ଦେବାର କ୍ଷମତା ରହିଛି।
  • ଆଇଏନ୍‌ଏସ୍‌ କରଞ୍ଜ ୬୭.୫ ମିଟର ଲମ୍ବା, ୧୨.୩ ମିଟର ଚଉଡ଼ା ଓ ୧୫୬୫ ଟନ୍ ଓଜନ ରହିଛି।
  • ଏହା ପୂର୍ବରୁ ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ ଆଇଏନ୍‌ଏସ୍‌ କଲଭରୀକୁ ୧୪ ଡିସେମ୍ବର ୨୦୧୭ ଓ ଦ୍ୱିତୀୟ ବୁଡା ଜାହାଜ ଖଣ୍ଡେରୀକୁ ୧୨ ଜାନୁଆରିରେ ଲଞ୍ଚ କରାଯାଇଥିଲା।

Comment