ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮-୧୯ ସାଧାରଣ ବଜେଟ୍‌ରେ ରେଳବାଇର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଓଡ଼ିଶାର ଭାଗ ପଡ଼ିଛି ୫ ହଜାର ୨୫୨ କୋଟି। ଏହାସହ ପୂର୍ବତଟ ରେଳପଥକୁ ୬ ହଜାର ୫୬୩ କୋଟି ଟଙ୍କା ମିଳିଛି। ତେବେ ଓଡ଼ିଶାର କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିଛି ଜାଣନ୍ତୁ ଏହି ରିପୋର୍ଟରୁ।

୧. ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପାଇଁ ମିଳିଛି ୩୦୦ କୋଟି ଟଙ୍କା

୨. ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୯୫ କୋଟି

୩. ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୧୫୦ କୋଟି

୪. ବିଭିନ୍ନ ଷ୍ଟେସନରେ ଓଭରବ୍ରିଜ୍ ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୧୯୦ କୋଟି

୫. ଭଦ୍ରକ ଓ କଟକ ଷ୍ଟେସନରେ ୬ ମିଟର ଚଉଡ଼ା ଓଭରବ୍ରିଜ ନିର୍ମାଣ ହେବ

୬. ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୬୨୫ କୋଟି

୭. ଅନୁଗୁଳ-ସୁକିନ୍ଦା ପାଇଁ ୨୦୦ କୋଟି

୮. ଦୈତାରୀ-ବାଂଶପାଣି ଏବଂ ହରିଦାଶପୁର-ପାରାଦୀପ ରେଳ ଲାଇନ୍ ପାଇଁ ୨୦୦ କୋଟି

୯. ନୂଆପଡ଼ା-ଗୁଣପୁର-ଥେରୁବାଲି ନୂଆ ବ୍ରଡଗେଜ୍ ପାଇଁ ୧ କୋଟି

୧୦. ମଞ୍ଚେଶ୍ବର ଓ୍ବାଗନ ମରାମତି କାରଖାନା ପାଇଁ ଅନୁଦାନ ମିଳିଥିବା ବେଳେ ସବୁ ଷ୍ଟେସନର ଉନ୍ନତୀକରଣ କରାଯିବ

Comment