ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୁଳିବିନିମୟ ବେଳେ ଚମ୍ପଟ୍ ମାରିଲା ପାକିସ୍ତାନୀ କଏଦୀ
  • ଆତଙ୍କବାଦୀଙ୍କ ହମ୍‌ଲାରେ ଜଣେ ପୋଲିସ୍‌କର୍ମୀ ମୃତ୍ୟୁ

ଜାମ୍ମୁକାଶ୍ମୀର ଶ୍ରୀନଗରର ଶ୍ରୀ ମହାରାଜ ସିଂହ ହସ୍ପିଟାଲ୍ ଉପରକୁ ହମଲା କରିଛନ୍ତି ଆତଙ୍କବାଦୀ।  ପୋଲିସକର୍ମୀଙ୍କ ଉପରେ ଏହି ଫାୟାରିଂ କରାଯାଇଥିବା ସୂଚନା ମିଳିଛି। ପୋଲିସକର୍ମୀମାନେ ୬ କଏଦୀଙ୍କୁ ସକାଳୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ୍ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଛି।

ଏହି ହମଲା ସମୟରେ ପୋଲିସ୍ ପାଲଟା ଜବାବ୍ ଦେଇଛି। କିନ୍ତୁ ଗୁଳିବିନିମୟ ବେଳେ ଦୁଇ କଏଦୀ ଫେରାର୍ ହୋଇଯାଇଛନ୍ତି।

ଏଥିମଧ୍ୟରୁ ଜଣେ କଏଦୀ ପାକିସ୍ତାନର ବୋଲି ଜଣାପଡ଼ିଛି। ତାଙ୍କ ନାମ ନଭିଦ୍ ।

ଏହି ଆକ୍ରମଣରେ ଦୁଇ ପୋଲିସକକର୍ମୀ ଗୁରୁତର ଆହତ ହୋଇଛନ୍ତି। ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହସ୍ପିଟାଲ୍ ଭିତରେ ଓ ବାହାରେ ପୋଲିସକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଛି।

Comment