ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ ସାଧାରଣ ବଜେଟ୍ରେ ରେଳବାଇର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଓଡ଼ିଶାର ଭାଗ ପଡ଼ିଛି ୫ ହଜାର ୨୫୨ କୋଟି। ଏହାସହ ପୂର୍ବତଟ ରେଳପଥକୁ ୬ ହଜାର ୫୬୩ କୋଟି ଟଙ୍କା ମିଳିଛି। ତେବେ ଓଡ଼ିଶାର କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିଛି ଜାଣନ୍ତୁ ଏହି ରିପୋର୍ଟରୁ।
୧. ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପାଇଁ ମିଳିଛି ୩୦୦ କୋଟି ଟଙ୍କା
୨. ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୯୫ କୋଟି
୩. ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୧୫୦ କୋଟି
୪. ବିଭିନ୍ନ ଷ୍ଟେସନରେ ଓଭରବ୍ରିଜ୍ ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୧୯୦ କୋଟି
୫. ଭଦ୍ରକ ଓ କଟକ ଷ୍ଟେସନରେ ୬ ମିଟର ଚଉଡ଼ା ଓଭରବ୍ରିଜ ନିର୍ମାଣ ହେବ
୬. ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୬୨୫ କୋଟି
୭. ଅନୁଗୁଳ-ସୁକିନ୍ଦା ପାଇଁ ୨୦୦ କୋଟି
୮. ଦୈତାରୀ-ବାଂଶପାଣି ଏବଂ ହରିଦାଶପୁର-ପାରାଦୀପ ରେଳ ଲାଇନ୍ ପାଇଁ ୨୦୦ କୋଟି
୯. ନୂଆପଡ଼ା-ଗୁଣପୁର-ଥେରୁବାଲି ନୂଆ ବ୍ରଡଗେଜ୍ ପାଇଁ ୧ କୋଟି
୧୦. ମଞ୍ଚେଶ୍ବର ଓ୍ବାଗନ ମରାମତି କାରଖାନା ପାଇଁ ଅନୁଦାନ ମିଳିଥିବା ବେଳେ ସବୁ ଷ୍ଟେସନର ଉନ୍ନତୀକରଣ କରାଯିବ


















