ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ ଓ କାଶ୍ମୀର ପୋଲିସ୍ ପ୍ରଶାସନରେ ହୋଇଛି ଅଦଳବଦଳ। ଏଥିରେ ସାମିଲ ହୋଇଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର୍‌। ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ଭାବେ ସେ ଜାମ୍ମୁ ଓ କାଶ୍ମୀରର ଆଇଜି ପଦ ଅଳଙ୍କୃତ କରିଛନ୍ତି।

୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ସ୍ଵୟଂ ପ୍ରକାଶ ପାଣି ଜାମ୍ମୁ ଓ କାଶ୍ମୀରର ନୂଆ ଆଇଜି ଭାବେ ଦାୟିତ୍ଵ ନେଇଛନ୍ତି। କାଶ୍ମୀର ପୋଲିସ୍‌ଆଇଜି ମୁନିର ଖାନଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ସ୍ଵୟଂ ପ୍ରକାଶଙ୍କୁ ଅବସ୍ଥାପିତ କରାଯାଇଛି । ଜାମ୍ମୁ କାଶ୍ମୀର କ୍ୟାବିନେଟ ଏହି ଅଦଳବଦଳକୁ ମଞ୍ଜୁରୀ ପ୍ରଦାନ କରିଛି ।

ଆଇଜି ଭାବେ ଦାୟିତ୍ଵ ନେବା ପରେ ଜାମ୍ମୁ ଓ କାଶ୍ମୀର ପୁଲିସ୍‌ ପ୍ରଶାସନରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ସ୍ଵୟଂ ପ୍ରକାଶ। ପୂର୍ବରୁ ଜାମ୍ମୁ ଓ କାଶ୍ମୀର ବାସିନ୍ଦା ମାନଙ୍କୁ ହିଁ ଏହି ସ୍ଥାନରେ ଅବସ୍ଥାପିତ କରାଯାଉଥିଲା। ଯାହା ଭାଙ୍ଗିଛନ୍ତି ଓଡ଼ିଆ ଆଇପିଏସ୍ ସ୍ଵୟଂ ପ୍ରକାଶ।

ଏହା ପୂର୍ବରୁ ସ୍ଵୟଂ ପ୍ରକାଶ ଦକ୍ଷିଣ କାଶ୍ମୀର ପୁଲିସ୍‌ର ଡେପୁଟି ଆଇଜି ଥିଲେ । ଜାମ୍ମୁ କାଶ୍ମୀର ଭଳି ସମ୍ବେଦନଶୀଳ ରାଜ୍ୟରେ ସର୍ବକନିଷ୍ଠ ଆଇପିଏସ୍‌ ଅଫିସର ଭାବେ ସେ ଏହି ପଦ ଅଳଙ୍କୃତ କରିଛନ୍ତି।

ପୂର୍ବରୁ ସ୍ଵୟଂ ପ୍ରକାଶ ଏନ୍‌ଆଇଏ ଓ ଆଇବିରେ ମଧ୍ୟ କାମ କରିସାରିଛନ୍ତି।

ଦୁଇଦିନ ତଳେ ଜାମ୍ମୁ କାଶ୍ମୀରରେ ସ୍ପଷ୍ଟ ଦିବାଲୋକରେ ଦୁଇ ପୁଲିସ କର୍ମୀଙ୍କୁ ହତ୍ୟା କରି ଆତଙ୍କବାଦୀମାନେ ଅନ୍ୟ ଜଣେ ଆତଙ୍କବାଦୀକୁ ଛଡାଇ ନେବା ଘଟଣାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।

 

Comment