ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧଉଳି-କଳିଙ୍ଗ ମହୋତ୍ସର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଭାରତନାଟ୍ୟମ୍ ଏବଂ ସମରକଳା ନୃତ୍ୟ ମାଲଖମ୍ବ।

୧୪ତମ ଧଉଳି କଳିଙ୍ଗ ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଦେଖିବାକୁ ମିଳିଥିଲା ଭାରତନାଟ୍ୟମ୍ ଓ ସମରକଳା ନୃତ୍ୟ ମାଲଖମ୍ବ। ଶହ ଶହ ଦର୍ଶକ ଉପସ୍ଥିତ ରହି ଏହି ନୃତ୍ୟକୁ ଉପଭୋଗ କରିଥିଲେ।

ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମେ ଦେବଦାସ ଛୋଟରାୟ ନଦୀ ଉପରେ କବିତା ଆବୃତି କରିଥିଲେ। ପରେ ଭରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ ଚେନ୍ନାଇରୁ ଆସିଥିବା ଲୀଲା ଶାମସନ୍ ଓ ସାଥୀ । ନଦୀର ଗତିପଥ ଓ ଗଭିରତାକୁ ମଣିଷ ଜୀବନ ସହିତ ତୁଳନା କରି ଏହି ନୃତ୍ୟ ପରିବେଷଣ ହୋଇଥିଲା। ନୃତ୍ୟ ସଂରଚନା କରିଥିଲେ ନିଜେ ଲୀଲା ଶାମସନ୍।

ଦ୍ୱିତୀୟ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ପୁରୀର ପାଇକ ସାହି ଯାତ୍ରା ମାଲଖମ୍ବ୍। ଜ୍ଞାନ ରଞ୍ଜନ ମହାନ୍ତି ଓ ସାଥୀ ଏହାକୁ ପରିବେଷଣ କରିଥିଲେ। ଜୟୀରାଜଗୁରୁଙ୍କ ମୃତ୍ୟ ପରେ ବକ୍ସି ଇଂରେଜମାନଙ୍କ ସହିତ ଲଢ଼େଇ କରି ବନ୍ଦୀ ହୋଇଥିଲେ। ସେ କାରାଗାର ମଧ୍ୟରେ ପାଇକ ବିଦ୍ରୋହର ମଞ୍ଜି ପୋତିଥିଲେ। ଏହାକୁ ମାଲଖମ୍ବ ନୃତ୍ୟ ମାଧ୍ୟମରେ କଳାକାରମାନେ ଅତି ଚମତ୍କାର ଭାବରେ ପରିବେଷଣ କରିଥିଲେ।

ଦ୍ବିତୀୟ ସନ୍ଧ୍ୟାରେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଉପେନ୍ଦ୍ର ନାଥ ବେହେରା, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଏ ସୁନ୍ଦରାଜନ୍, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡକ୍ଟର ନିତିନ ଭାନୁଦାସ ଜାୱାଲେ,  ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ।

Comment