ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳରେ ରବିବାର ରାତିରୁ ହୋଇପାରେ ବର୍ଷା। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁଚାପ ଓ ଟ୍ରାପ୍ଲାଇନ୍ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।
୧୪ ତାରିଖରେ ବର୍ଷା କମିବ। ୧୫ ତାରିଖରୁ ପାଗ ସ୍ବାଭାବିକ ରହିବ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଗୁରୁଚାପ ଓ ଟ୍ରାପ୍ ଲାଇନ୍ ପ୍ରଭାବରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି। ରବିବାର ସକାଳୁ ଆକାଶ ମେଘୁଆ ରହିଛି। ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।”
ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।


















