ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହୁବଳୀ -୨ ଫେମ୍ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଧରିଥିଲାବେଳେ ଅନୁଷ୍କା ଏ ବାବଦରେ ମୁହଁ ଖୋଲିଛନ୍ତି।

କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ପରେ ଆହୁରି କେତେକ ହିଟ୍‌ ଯୋଡ଼ିଙ୍କୁ ଏକତ୍ର ଦେଖିବା ପାଇଁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସୁକ।

ସିନେ କଳାକାର ରଣବୀର ସିଂହ-ଦୀପିକା ପାଦୁକୋନ୍‌ଙ୍କ ପରି ‘ବାହୁବଳୀ-୨’ର ଚର୍ଚ୍ଚିତ ଯୋଡ଼ି ପ୍ରଭାସ ଏବଂ ଅନୁଷ୍କା ବି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ବୋଲି ଫ୍ୟାନ୍‌ ଇଚ୍ଛା ରଖିଛନ୍ତି। ସେ ଦୁହିଁଙ୍କୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଛି।

ଅନେକ ସାକ୍ଷାତକାରରେ ଉଭୟ ଅନୁଷ୍କା ଓ ପ୍ରଭାସଙ୍କୁ ତାଙ୍କ ଭିତରେ ଥିବା ସମ୍ପର୍କକୁ ଅନେକ ପ୍ରଶ୍ନ ପଚରାଯାଇଛି। ଦୁହେଁ ପରସ୍ପର ଉତ୍ତମ ବନ୍ଧୁ ବୋଲି କହିଛନ୍ତି।

ଏଥର କିନ୍ତୁ ଅନୁଷ୍କା ଫ୍ୟାନ୍‌ମାନଙ୍କୁ ନିରାଶ କରିବା ଭଳି ଉତ୍ତର ଦେଇ କହିଛନ୍ତି, ‘ପ୍ରଭାସ ଏବଂ ମୁଁ ବିବାହ କରୁନାହୁଁ। ଆପଣମାନେ ବାହୁବଳୀ ଆଉ ଦେବସେନାଙ୍କୁ ଆମ ଭିତରେ ଖୋଜନ୍ତୁ ନାହିଁ। ତାହା ଥିଲା ପରଦାର କଥା। ବାସ୍ତବ ଜୀବନରେ ସେପରି ଘଟିବ ନାହିଁ।’

ପ୍ରଭାସ ମଧ୍ୟ ନିକଟରେ ଏକ ପ୍ରଶ୍ନର ଏହି ଭଳି ଉତ୍ତର ରଖିଥିଲେ। ସେ ଦୁହେଁ ପରସ୍ପରଙ୍କର ବନ୍ଧୁ। ଦୁହେଁ ଦୁହିଁଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

Comment