ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦେଶର ଧନୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ
  • ଗରିବ ମୁଖ୍ୟମନ୍ତ୍ରୀ ତ୍ରିପୁରାର ମାଣିକ ସରକାର

ଦେଶର ଟପ୍‌ ଟେନ୍ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ଆସୋସିଏସନ୍‌ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତ୍ରିପୁରାର ମାଣିକ ସରକାର। ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ସପ୍ତମରେ ରହିଛି।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏସବୁ ତଥ୍ୟ ସଂଗ୍ରହ କରାଯାଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଧନୀ ତାଲିକାର ୧ ନମ୍ବରରେ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୧୭୭ କୋଟି ୪୮ ଲକ୍ଷ ଟଙ୍କା। ଦ୍ବିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କ ସମ୍ପତ୍ତି ପରିମାଣ ୧୨୯ କୋଟି ୫୭ ଲକ୍ଷ ଟଙ୍କା।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅଛନ୍ତି ତୃତୀୟ ସ୍ଥାନରେ। ତାଙ୍କ ପାଖରେ ୪୮ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡ଼ିଛି।

ସେହିପରି ସମ୍ପତ୍ତି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୨ କୋଟି ୬ ଲକ୍ଷ ୩୭ ହଜାର ୪୩୩ ଟଙ୍କା। ସେଥିମଧ୍ୟରୁ ସ୍ଥାବର ସମ୍ପତ୍ତିର ପରିମାଣ ୧୧ କୋଟି ୮୮ ଲକ୍ଷ ୬୨ ହଜାର। ଅସ୍ଥାବର ସମ୍ପତ୍ତି ପରିମାଣ ୧୭ ଲକ୍ଷ ୭୫ ହଜାର ୪୩୩।

ଦେଶର ଗରିବ ମୁଖ୍ୟମନ୍ତ୍ରୀ ହେଲେ ତ୍ରିପୁରାର ମାଣିକ ସରକାର। ସେ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ତାଙ୍କ ପାଖରେ ୨୭ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here