ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଡୁପ୍ଲିକେଟ୍ ମାଧୁରୀ କୁହାଯାଉଥିବା ଫରହୀନଙ୍କ ସହ କ୍ରିକେଟର ମନୋଜ ପ୍ରଭାକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା।

ବଲିଉଡରେ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ରାଜ୍ କରୁଥିବା ବେଳେ ତାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀଙ୍କର ଏଣ୍ଟ୍ରି ହୋଇଥିଲା। ତାଙ୍କୁ ଯିଏ ଦେଖିଲା ସିଏ ଦ୍ଵନ୍ଦରେ ପଡ଼ିଲା ଯେ ଇଏ ମାଧୁରୀ ନା ତାଙ୍କର ହମ୍‌ସକଲ୍‌। ମାଧୁରୀଙ୍କ ପରି ଚେହେରା ଥିବା ଏହି ଯୁବତୀ ଜଣକ ହେଲେ ଫରହୀନ୍।

ଫରହୀନ୍‌ଙ୍କ ଘର କଲିକତାରେ। ସେ ବିବାହିତ ଥିଲେ। ସ୍ଵାମୀ ଓ ଦୁଇ ସନ୍ତାନ ଙ୍କୁ ନେଇ ଥିଲା ତାଙ୍କର ସୁନା ସଂସାର। ସୁଖୀ ଦାମ୍ପତ୍ୟ ଓ ଘର ସଂସାରକୁ ପଛରେ ପକାଇ ସେ ହିରୋଇନ୍ ହେବା ଲକ୍ଷ୍ୟ ନେଇ ଆସିଥିଲେ ମୁମ୍ବାଇ। ମାୟାନଗରୀରେ କିଛି ମାସ ସଂଘର୍ଷ ପରେ ତାଙ୍କୁ କେତୋଟି ବି-ଗ୍ରେଡ୍ ସିନେମାରେ ନାୟିକା ଭୂମିକା ବି ମିଳିଯାଇଥିଲା। ଏହି ଫିଲ୍ମଗୁଡ଼ିକ ଥିଲା ‘ଜାନ୍ ତେରେ ନାମ୍’ ‘ସୈନିକ୍’ ଓ ନଜର ଏକ୍ ସାମନେ’ ଆଦି। ଏହି ଫିଲ୍ମଗୁଡ଼ିକ ଆଖିଦୃଶିଆ ବ୍ୟାବସାୟିକ  ସଫଳତା କିନ୍ତୁ ମିଳିନଥିଲା।

ମୁମ୍ବାଇରେ କ୍ୟାରିଅର୍ ଗଢ଼ିବା ଭିତରେ ଫରହୀନ୍ ପୁରାପୁରି ନିଜ ବୈବାହିକ ଜୀବନ ଓ ସନ୍ତାନସନ୍ତତିଙ୍କ କଥା ଏକପ୍ରକାର ଭୁଲି ଯାଇଥିଲେ। ବଲିଉଡ଼ରେ କାମ ପାଇବା ଲାଗି ସେ ମଡେଲ୍ ମିଲିଜ୍ ସୋମନ୍ ଓ ଗାୟକ ସୋନୁ ନିଗମଙ୍କ ସହିତ ଆଫେୟାର୍ ରଖିଥିବାର ଚର୍ଚ୍ଚା ମଧ୍ୟ ଜୋର୍ ଧରିଥିଲା।

ଠିକ୍ ସେହି ସମୟରେ ତାଙ୍କର ପରିଚୟ ହୋଇଥିଲା କ୍ରିକେଟର ମନୋଜ୍ ପ୍ରଭାକରଙ୍କ ସହିତ। ସେତେବେଳକୁ ସେ କ୍ରିକେଟ୍‌ରୁ ସନ୍ୟାସ ନେଇ ରାଜନୀତି କ୍ଷେତ୍ରରେ ସକ୍ରିୟ ଥିଲେ। ଅଲ୍‌ରାଉଣ୍ଡର୍ ମନୋଜଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲେ ଫରହୀନ୍‌। ଫରହୀନ୍‌ଙ୍କ ଭଳି ମନୋଜ ମଧ୍ୟ ବିବାହିତ। ଫରହୀନଙ୍କୁ ସେତେବେଳେ ମୁମ୍ବାଇରେ ଚଳିବା ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ଥିଲା, ଯାହାର ଭରଣା କରୁଥିଲେ ମନୋଜ୍। ଏହାର ଫାଇଦା ଉଠାଇ ମନୋଜ ପ୍ରଭାକର ଫରହୀନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ଯୋଡ଼ିଥିଲେ। ସମୟକ୍ରମେ ଫରହୀନ୍ ଗର୍ଭବତୀ ହୋଇଯାଇଥିଲେ। ଏ ଖବର ସର୍ବତ୍ର ପ୍ରଚାରିତ ହେଲା। ଏ କଥା ଜାଣିବା ପରେ ସୋନୁ ଓ ସୋମନ୍ ଫରହୀନଙ୍କଠାରୁ ଦୂରତା ରକ୍ଷା କଲେ। ଦିନେ ଜଣେ ସାମ୍ବାଦିକ ମଧ୍ୟ ଫରହୀନ ଗର୍ଭବତୀ କି ନା ତାହା ଜାଣିବା ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ। ସେଇଠି ତାଙ୍କୁ ଜାଣିବାକୁ ମିଳିଲା ଯେ ସୋନୋଗ୍ରାଫି ରିପୋର୍ଟ ଅନୁଯାୟୀ ଫରହୀନଙ୍କ ପେଟରେ ମନୋଜ୍ ପ୍ରଭାକରଙ୍କ  ନଅ ମାସର ପୁଅଟିଏ ଅଛି। ଏହି ଖବର ସମ୍ବାଦପତ୍ରରେ ପ୍ରକାଶିତ ହେବା ମାତ୍ରେ ମନୋଜ୍‌ଙ୍କ ପତ୍ନୀ ଫରହୀନଙ୍କୁ ତାଙ୍କ ଘରେ  ଗାଳିଗୁଲଜ୍ କରି ଯାଇଥିଲେ।

ଫରହୀନ୍ ନିର୍ଦ୍ଧାରିତ ସମୟରେ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। କିନ୍ତୁ ତା’ ପରେ ମନୋଜ୍ ପ୍ରଭାକରଙ୍କ ସହିତ ତାଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ଖାଲି ସେତିକି ନୁହେଁ ଡୁପ୍ଲିକେଟ୍ ମାଧୁରୀ ଫରହୀନଙ୍କ ବଲିଉଡ଼ କ୍ୟାରିଅର୍ ମଧ୍ୟ ସେଇଠି ସମାପ୍ତ ହୋଇଯାଇଥିଲା।

ତେବେ ସେ ଯାହା ହେଉନା କାହିଁକି, ବିବାହ ପରେ ଫରହୀନ୍ ମୁମ୍ବାଇ ଛାଡ଼ି ଦିଲ୍ଲୀରେ ରହୁଛନ୍ତି। ତାଙ୍କର ବିଉଟି ପ୍ରଡକ୍ଟ ବିଜନେସ୍ ଅଛି। ଏଥିରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି ଫରହୀନ୍। ସେ ବଲିଉଡ଼କୁ କମ୍‌ବ୍ୟାକ୍‌ କରିବାକୁ ଚାହୁଁଥିଲେ। ତାଙ୍କୁ ଜଣେ ନିର୍ଦ୍ଦେଶକ ‘ଜାନ୍‌ ତେରେନାମ୍’ ଫିଲ୍ମରେ ମାଆ ଭୂମିକା ଲାଗି ଆପ୍ରୋଚ୍ କରିଥିଲେ, ହେଲେ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ଏବେ ମାୟାନଗରୀରୁ ଦୂରେଇ ରହିଛନ୍ତି ଫରହୀନ୍।

Comment