ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ନାବାଳିକା ପ୍ରତିଯୋଗୀଙ୍କୁ ଚୁମ୍ବନ ଦେଇ ଫସି ଯାଇଛନ୍ତି କଣ୍ଠଶିଳ୍ପୀ ପାପୋନ।

ବଲିଉଡ୍ ପ୍ରସିଦ୍ଧ ସିଙ୍ଗର ପାପୋନ ମହନ୍ତଙ୍କ ବିରୋଧରେ ସଙ୍ଗୀତ ରିଏଲିଟି ସୋ ଭଏସ୍ ଅଫ୍ ଇଣ୍ଡିଆର ଜଣେ ନାବାଳିକା ପ୍ରତିଯୋଗୀଙ୍କୁ ଚୁମ୍ବନ ଦେଇ ଫସି ଯାଇଛିନ୍ତି।

ଏହି ସୋ’ରେ ପାପୋନ ୧୧ ବର୍ଷୀୟ ପ୍ରତିଯୋଗୀଙ୍କୁ ଅସଦାଚରଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଅଭିଯୋଗ ହୋଇଛି।

ସୁପ୍ରିମକୋର୍ଟ ଓକିଲ ରୁନା ଭୁୟାଁ ଏନେଇ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି।

ଭାଇରାଲ ହୋଇଥିବା ଭିଡିଓଟି ରିଆଲିଟି ସୋରେ ହୋଲି ଉତ୍ସବ ଥିବା ଏକ ସ୍ୱତନ୍ତ୍ର ଏପିସୋଡର ସୁଟିଂ ବେଳର। ପାପୋନ ନିଜ ସୋସିଆଲ୍ ମିଡିଆରେ ଏହି ଭିଡିଓଟିକୁ ଅପଲୋଡ କରିଛନ୍ତି।

“ମୁଁ ଦୁଇ ଶିଶୁଙ୍କ ପିତା, ଗତକିଛି ଦିନ ହେବ ମୋ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ସେଥିରେ ମୁଁ ମର୍ମାହତ। ଯେଉଁମାନେ ମୋତେ ଜାଣିଛନ୍ତି, ସେମାନେ ଜାଣିଛନ୍ତି ମୁଁ କେତେ ସ୍ନେହୀ”, କହିଛନ୍ତି ପାପୋନ୍।

ବଲିଉଡର ଅନେକ କଳାକାର ପାପୋନଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। “ଏଭଳି ଘଟଣା ଲଜ୍ଜାଜନକ”, କହିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍।

Comment