ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ୍ ମିଡିଆ କମ୍ପାନି ଫେସବୁକ୍ ନିଜ ମେସେଞ୍ଜର ଆପ୍‌ରେ ଏକ ନୂଆ ଫିଚର୍ ଯୋଡ଼ିଛି।

ଫେସବୁକ୍ ମେସେଞ୍ଜର ଆପ୍‌ର ନୂଆ ଫିଚର ଲଞ୍ଚ୍ ହୋଇଛି। ଏହି ନୂଆ ଫିଚର ସହାୟତାରେ ୟୁଜର୍ସ ଭିଡିଓ କଲ ସମୟରେ ଏକାସଙ୍ଗରେ ଦୁଇରୁ ଅଧିକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବ।

ନିକଟରେ ହ୍ଵାଟ୍ସଆପ୍ ଏଭଳି ସୁବିଧା ଗ୍ରାହକମାନଙ୍କ ପ୍ରଦାନ କରିଥିଲା। ଏହାସହ ତାଳ ଦେଇ ଫେସବୁକ୍ ମଧ୍ୟ ନିଜ ଗ୍ରାହକମାନଙ୍କୁ ଯୋଗାଇଦେବ।

ଏହି ନୂଆ ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିବ।

ଏହି ନୂଆ ଫିଚର ବ୍ୟବହାର କରି ଗ୍ରାହକମାନେ ଭିଡିଓ ଓ ଅଡିଓ ଗ୍ରୁପ୍ କଲିଂ ସହ ଅଧିକ ସ୍ପିଡରେ ଚ୍ୟାଟ୍ ମଧ୍ୟ କରିପାରିବେ।

ମେସେଞ୍ଜରର ଏହି ନୂଆ ଆପ୍ ଦ୍ଵାରା ଉଭୟ ଭିଡିଓ ଓ ଅଡିଓ କଲ ଚାଲିଥିବାବେଳେ ଆପଣ ଆଉ ଗୋଟିଏ କଲକୁ ମଧ୍ୟ ତା ସହ ଯୋଡି କଥା ହୋଇପାରିବେ।

ଆପଣ ମେସେଞ୍ଜରରେ ଭିଡ଼ିଓ କଲ କରୁଥିବାବେଳେ ପ୍ରଥମେ ଆପଣଙ୍କ ସ୍କ୍ରିନରେ ଆଡ୍ ଅପ୍‌ସନ୍‌ର ଗୋଟିଏ ଆଇକନ୍ ଆସିବ। ଏହାପରେ ଆପଣ ଏହାକୁ କ୍ଲିକ୍ କରି ଆଉ ଜଣେ ବନ୍ଧୁଙ୍କୁ ଆଡ୍ କରିପାରିବେ।

ଏହି ଫିଚର୍ ପାଇବା ପାଇଁ ଆପଣଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ନିଜ ଫେସବୁକ୍ ମେସେଞ୍ଜର ଆପ୍‌କୁ ଅପଡେଟ୍ କରିବାକୁ ପଡ଼ିବ।

Comment