ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ୪୦ ହଜାର ଭୋଟରେ ଆଗୁଆ
  • ୧୬ ରାଉଣ୍ଡରେ ବିଜେଡି ୩୬ ହଜାର ଭୋଟରେ ଆଗୁଆ
  • ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୬ ହଜାର ଭୋଟ୍‌ରେ ଆଗୁଆ
  • ୧୩ ରାଉଣ୍ଡ ସୁଦ୍ଧା ୩୧ ହଜାର ଭୋଟରେ ଆଗୁଆ ବିଜେଡି
  • ୧୨ ରାଉଣ୍ଡ ସୁଦ୍ଧା ବିଜେଡି ୨୮ ହଜାର ଭୋଟରେ ଆଗୁଆ
  • ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ
  • ରିତା ସାହୁ ୨୨ ହଜାର ଭୋଟରେ ଆଗୁଆ
  • ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପଛରେ

୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ୪୦ ହଜାର ଭୋଟରେ ଆଗୁଆ ରହିଛି। ରିତା ସାହୁ ୯୭,୭୨୪ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୫୭,୪୭୬ ଏବଂ ପ୍ରଣୟ ସାହୁ ୮,୯୩୪ ଭୋଟ ପାଇଛନ୍ତି।

୧୬ ରାଉଣ୍ଡରେ ୩୬ ହଜାର ଭୋଟରେ ଆଗୁଆ ଅଛି ବିଜେଡି। ରିତା ସାହୁ ୮୪ ହଜାର ୯୬୯ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୪୮,୧୮୨ ଭୋଟ ପାଇଛନ୍ତି। ପ୍ରଣୟ ସାହୁ ୬୪୫୧ ଭୋଟ ପାଇଛନ୍ତି।

୧୨ଟା୧୫ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ୭୧,୪୫୪ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୪୦,୨୨୫ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୩୫୨୭ ଭୋଟ ପାଇଛନ୍ତି।

ରିତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ୩୧ ହଜାର ୨୨୯ ଭୋଟରେ ଆଗୁଆ ଅଛନ୍ତି। ବିଜେପି ୨ୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି।

୧୨ତମ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି। ବିଜେଡି ବିଜୟ ଅଭିମୁଖେ ଅଗ୍ରସର ହେଉଛି। ବିଜେଡି ପ୍ରାର୍ଥୀ ରିତା ସାହୁ ୨୮ ହଜାର ୨୮୨ ଭୋଟରେ ଆଗୁଆ ଅଛନ୍ତି। ରିତା ସାହୁ ୬୫ ହଜାର ୪୦୧ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୩୭ ହଜାର ୧୧୯ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୩୨୫୯ ଭୋଟ ପାଇଛନ୍ତି।

ବିଜେପୁରରୁ ଆସୁଛି ବଡ଼ ଜନାଦେଶ। ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ବାଜିମାତ କରି ଚାଲିଛନ୍ତି। ସାଢ଼େ ୧୧ଟା ସୁଦ୍ଧା ଦଶମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ବିଜେଡି ପ୍ରାର୍ଥୀ ରିତା ସାହୁ୨୨ ହଜାର ୭୩୮ ଭୋଟରେ ଆଗୁଆ ଅଛନ୍ତି। ସେ ୫୪ ହଜାର ୧୦୪ ଭୋଟ ପାଇଛନ୍ତି।

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୩୧, ୩୬୬ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୭୮୮ ଭୋଟ ପାଇଛନ୍ତି।

ଦିନ ୧୧ଟା ୧୫ ସୁଦ୍ଧା ନବମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ବିଜେଡିର ରିତା ସାହୁ ୫୦ ହଜାର ୦୯୫ ଭୋଟ ପାଇଛନ୍ତି।

ନବମ ରାଉଣ୍ଡ ସୁଦ୍ଧା ରିତା ସାହୁ ଅଶୋକ ପାଣିଗ୍ରାହୀଙ୍କଠାରୁ ୨୦ ହଜାର ୭୯୧ ଭୋଟରେ ଆଗୁଆ ଅଛନ୍ତି। ରିତା ସାହୁ ୫୦ ହଜାର ୯୫ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୨୯ ହଜାର ୩୦୪ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୬୪୩ ଭୋଟ ପାଇଛନ୍ତି।

ଦିନ ୧୧ଟା ସୁଦ୍ଧା ୭ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୧୫ ହଜାର ୦୭୫ ଭୋଟରେ ପଛୁଆ ରହିଛନ୍ତି।

ବିଜେଡି ପ୍ରାର୍ଥୀ ରିତା ସାହୁ ୩୮ ହଜାର ୮୧୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨୩ ହଜାର ୭୩୯ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୦୮୩ ଭୋଟ ପାଇଛନ୍ତି।

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୧୨ ହଜାର ୭୯୮ଭୋଟରେ ଆଗୁଆ ରହିଥିଲେ।

ସାଢ଼େ ୯ଟା ସୁଦ୍ଧା ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୫ ହଜାର ୭୬୬ ଭୋଟରେ ଆଗୁଆ ଅଛନ୍ତି।

୨ୟ ରାଉଣ୍ଡ ସୁଦ୍ଧା ରିତା ସାହୁ ୧୧ ହଜାର ୬୭୬ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୫ ହଜାର ୯୧୦ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୬୮୩ ଭୋଟ ପାଇଛନ୍ତି।

Comment