ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ବିଜେପୁର ଭୋଟ ଗଣତି। ୫ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୧୨ ହଜାର ୭୯୮ଭୋଟରେ ଆଗୁଆ ରହିଛନ୍ତି।

ବିଜେଡି ୩୩ ହଜାର ୩୩୭ ଭୋଟ ପାଇଥିବା ବେଳେ ବିଜେପି ୨୦ ହଜାର ୫୭୯ ଭୋଟ ପାଇଛି। କଂଗ୍ରେସ ୧୮୭୭ ଭୋଟ ପାଇଛି।

ବିଜେପୁର ଉପ-ନିର୍ବାଚନରେ ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଏମାନଙ୍କ ଭିତରୁ ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି।

୧୪ଟି ଟେବୁଲରେ ଭୋଟ ଗଣତି ଚାଲିଛି। ଗୋଟିଏ ଟେବୁଲରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ, ରିଟର୍ଣ୍ଣିଂ ଅଫିସର ଏବଂ ସହଯୋଗୀ ରହିଛନ୍ତି। ଗୋଟିଏ ରାଉଣ୍ଡରେ ୧୪ଟି ବୁଥ୍‌ର ଭୋଟ ଗଣତି ଚାଲିଛି। ଗୋଟିଏ ରାଉଣ୍ଡ ଭୋଟ ଗଣତି ପାଇଁ ୧୫ ମିନିଟ୍ ସମୟ ଲାଗିବ।

Comment