ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ତ୍ରିପୁରାରେ ବିଜେପି ପୁର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ଯଥାକ୍ରମେ ବିଜେପି ମେଣ୍ଟ -ଏନପିଏଫ୍ ଓ କଂଗ୍ରେସ-ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ତ୍ରିପୁରା ରାଜ୍ୟରେ ଦୀର୍ଘ ୨୫ ବର୍ଷର ବାମମେଣ୍ଟ ସରକାରକୁ ପଛରେ ପକାଇ ଦେଇଛି ବିଜେପି। ପ୍ରାରମ୍ଭିକ ମତଗଣନା ଅନୁସାରେ ବିଜେପି ବହୁ ଆଗରେ ରହିଛି। ମୋଟ ୫୯ଟି ଆସନ ମଧ୍ୟରୁ ବିଜେପି ୪୦ ଓ ବାମମେଣ୍ଟ ୧୯ ଆସନରେ ଆଗୁଆ ଅଛନ୍ତି।
୧୦ ବର୍ଷ ହେଲା କଂଗ୍ରେସ କ୍ଷମତାସୀନ ମେଘାଳୟରେ କଂଗ୍ରେସ-ଏନପିପି ମଧ୍ୟରେ କଡା ଟକ୍କର ଚାଲିଛି । ୫୯ଟି ଆସନରୁ କଂଗ୍ରେସ ୨୧ ଓ ଏନପିପି ୧୭ଟି ସିଟରେ ଆଗୁଆ ଅଛନ୍ତି। ବିଜେପି ୬ଟି ଆସନରେ ଆଗୁଆ ଅଛି। ଏଥର ଏହି ରାଜ୍ୟରେ ବିଜେପିକୁ ବହୁ ଫାଇଦା ମିଳିଛି।
ନାଗାଲାଣ୍ଡରେ ମୋଟ ୬୦ ବିଧାନସଭା ଆସନ ମଧ୍ୟରୁ ୫୯ଟି ଆସନ ପାଇଁ ଚାଲିଛି ମତଗଣନା। ରାଜ୍ୟରେ ବିଜେପି-ଏନଡିପିପି ମେଣ୍ଟ ଓ ନାଗା ପିପୁଲସ ଫ୍ରଣ୍ଟ୍-ଏନପିଏଫ ମଧ୍ୟରେ କଡା ଟକ୍କର ଚାଲିଛି । ଗୋଟିଏ ଆସନରେ ନବଗଠିତ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟିର ଜଣେ ପ୍ରାର୍ଥୀ ର୍ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି।