ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଗୋ ଏବଂ ଗୋ ଏୟାର କମ୍ପାନି ୬୫ଟି ବିମାନ ଉଡାଣକୁ ବାତିଲ କରିଛନ୍ତି। ଦେଶର ପ୍ରମୁଖ ସହରରୁ ଏହି ବିମାନ ଉଡାଣ ହେଉ ନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।

ଯାତ୍ରୀଙ୍କ ସୁରକ୍ଷା ନଜରରେ ରଖି ଇଣ୍ଡିଗୋ ଏବଂ ଗୋ ଏୟାର କମ୍ପାନି ୬୫ଟି ବିମାନ ଉଡାଣକୁ ବାତିଲ କରିଛନ୍ତି। ସୋମବାର ଇଣ୍ଡିଗୋର ଏକ ବିମାନ ଇଞ୍ଜିନରେ ତ୍ରୁଟି ଦେଖା ଦେଇଥିଲା। ଫଳରେ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ୧୧ଟି ବିମାନକୁ ବାତିଲ କରାଯାଇଥିଲା। ଏପଟେ ବିମାନ ସେବା ଯୋଗାଉଥିବା ଦୁଇ କମ୍ପାନି ଇଣ୍ଡିଗୋ ଏବଂ ଗୋ ଏୟାର ପକ୍ଷରୁ ୬୫ଟି ବିମାନକୁ ବାତିଲ କରିଦିଆଯାଇଛି।

ଇଣ୍ଡିଗୋ ପକ୍ଷରୁ ୪୭ଟି ଏବଂ ଗୋ ଏୟାର ପକ୍ଷରୁ ୧୮ଟି ବିମାନ ଉଡାଣକୁ ବାତିଲ କରିଦିଆଯାଇଛି। ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗଳୁର, ପାଟନା, ଶ୍ରୀନଗର, ଅମ୍ରିତସର, ଗୌହାଟି ସହରରୁ ଇଣ୍ଡିଗୋ ବିମାନ ଉଡାଣ ବାତିଲ ହୋଇଛି।

ସୋମବାର ଇଣ୍ଡିଗୋ ବିମାନରେ ଯାତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ବିଭାଗ ଇଣ୍ଡିଗୋର ୮ଟି ଏବଂ ଗୋ ଏୟାରର ୩ଟି ବିମାନ ଉଡାଣକୁ ବାତିଲ କରିଦେଇଥିଲେ।

Comment