ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଗଡ଼ିବନି।
୩ ଦଫା ଦାବି ନେଇ ୧୪ ତାରିଖରୁ ବସ୍ ଧର୍ମଘଟ କରାଯିବ ବୋଲି ମାଲିକ ସଂଘ ପୂର୍ବରୁ ଘୋଷଣା କରିଥିଲା। ସିଟି ବସ୍ ସହର ମଧ୍ୟରେ ଚଳାଚଳ କରିବା, ଟୋଲ ଗେଟରୁ ଯାତ୍ରୀବାହୀ ବସ୍ଗୁଡ଼ିକୁ ଦ଼େୟମୁକ୍ତ କରିବା, ରୋଡ ଟ୍ୟାକ୍ସ କମାଇବା ଆଦି ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।
ଏହି ୩ ଦଫା ଦାବି ସମ୍ପର୍କରେ ଆଲୋଚନା କରିବାକୁ ପରିବହନ ମନ୍ତ୍ରୀ ଘରୋଇ ବସ୍ ମାଲିକ ସଂଘକୁ ଡାକିଥିଲେ। ମାତ୍ର ଆଲୋଚନା ବିଫଳ ହେବାରୁ ଧର୍ମଘଟ ଡାକରା ଦେଇଛି ସଂଘ।
ଦୀର୍ଘ ଦିନ ଧରି ବସ୍ ମାଲିକ ସଂଘ ଏହି ଦାବି ଉଠାଇ ଆସୁଛନ୍ତି। ଦାବି ପୂରଣ ନହେଲେ ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ କରାଯିବ ବୋଲି ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟର ପ୍ରାୟ ୧୭ ହଜାର ଘରୋଇ ବସ୍ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।


















