ଓଡ଼ିଶାଲାଇଭ୍‌ ବ୍ୟୁରୋ

-ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍‌ଇ ଦଶମ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଦିଲ୍ଲୀରେ ଲିକ୍‌ ହୋଇଥିଲା। ଏହାକୁ ନେଇ ହୋ-ହଲ୍ଲା ହେବାରୁ ଆଉ ଥରେ ପରୀକ୍ଷା କରିବା ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେବେ ହେବ ସେନେଇ ସିବିଏସ୍‌ଇ ୱେବସାଇଟ୍‌ରେ ତାରିଖ ଘୋଷଣା କରାଯିବ।

-ବାଲେଶ୍ୱର ମହିଳା ବିଚାରପତି ଅନୁପମା ବେହେରାଙ୍କ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ଦୁଇ ଭାଇ ଜ୍ୟୋତିରଞ୍ଜନ ଏବଂ ପ୍ରିୟରଞ୍ଜନ ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ଜିଲ୍ଲା ଓ ଦୌରା ଜଜ୍। ୨୦୧୩ ମାର୍ଚ୍ଚ ୧୫ରେ ଘଟିଥିଲା ହତ୍ୟାକାଣ୍ଡ।

-ମହଙ୍ଗା ପଡ଼ିଲା ବଲ ଟାମ୍ପରିଂ। ଅଷ୍ଟ୍ରେଲିଆ ଖେଳାଳିଙ୍କ ବଲ ଟାମ୍ପରିଂ ଘଟଣାରେ ସମ୍ପୃକ୍ତ ଥିବା ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ଼୍ ଓ୍ବାର୍ଣ୍ଣରଙ୍କୁ ବର୍ଷେ ପାଇଁ କ୍ରିକେଟରୁ ବାସନ୍ଦ କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ। ସେହିପରି ଏହି ଅନ୍ୟଜଣେ ଦୋଷୀ ବେନ୍‌କ୍ରାଫ୍ଟଙ୍କୁ ୯ମାସ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଛି।

-ରାଜ୍ୟସଭାରେ ବିଦାୟ ସମ୍ବର୍ଦ୍ଧନା। ରାଜ୍ୟସଭା କାର୍ଯ୍ୟକାଳ ସରୁଥିବା ସଭ୍ୟମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଭାବପୂର୍ଣ୍ଣ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଦାୟୀ ସଭ୍ୟମାନଙ୍କ ବହୁମୂଲ୍ୟ ସହଯୋଗରୁ ଆମେ ବଞ୍ଚିତ ହେବୁ। ଓଡ଼ିଶାର ଦିଲୀପ ତିର୍କି ଓ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ସଭ୍ୟଙ୍କୁ ଆମେ ଭୁଲିପାରିବୁ ନାହିଁ।“

-ଲୋକୟୁକ୍ତ ନିଯୁକ୍ତି ଦାବିରେ ଆଜି ବି ବିଧାନସଭା ଅଚଳ। ଗୁହ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ। ବ୍ୟାନର୍ ଧରି ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Comment