ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୧ ମାର୍ଚ୍ଚ ୨୦୧୮କୁ ସରିଛି ଜିଓର ପ୍ରାଇମ୍ମେମ୍ବରସିପ୍ ବୈଧତା ଏହି ପ୍ରାଇମ୍ ମେମ୍ବରସିପ୍ ସେବା ସମାପ୍ତ ପରେ ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ଖୁସି ଖବର ଆଣିଦେଇଛି। ପ୍ରାଇମ୍ମେମ୍ବରସିପ୍ ବୈଧତାକୁ ଏକ ବର୍ଷ ବଢ଼ାଇ ଦିଆଯାଇଛି।

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ କମ୍ପାନି ପକ୍ଷରୁ ଜିଓ ପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ଏକ ବର୍ଷ ପାଇଁ ବଢାଇ ଦିଆଯାଇଛି।

ମାର୍ଚ୍ଚ ୩୧, ୨୦୧୮ ରିଲାଏନ୍ସ ଜିଓର ପ୍ରାଇମ୍ ମେମ୍ବରସିପ୍‌ର ବୈଧତା ସରୁଥିଲା। କମ୍ପାନି ଆଉ ଏହି ବୈଧତା ମାର୍ଚ୍ଚ ୩୧, ୨୦୧୯ ପର୍ଯ୍ୟନ୍ତ ଏହାକୁ ବଢାଇଦିଆଯାଇଛି । ଗ୍ରାହକମାନେ ଆଉ ବର୍ଷେ ପାଇଁ ପ୍ରାଇମ ମେମ୍ବରସିପ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ଯଥା ଶସ୍ତା ତାରିଫ ଆଦି ଉଠାଇପାରିବେ।

ନୂଆ ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ପ୍ରାଇମ ମେମ୍ବରସିପ ନେଇପାରିବେ । ଏହି ନୂଆ ଗ୍ରାହକମାନଙ୍କ ସଦସ୍ୟତା ଏପ୍ରିଲ ୧ରୁ ଆରମ୍ଭ ହେବ।

ପାଖାପାଖି ଦେଢ଼ବର୍ଷ ପୂର୍ବରୁ ଟେଲିକମ୍ ଜଗତରେ ଧମାକାଦାର ଏଣ୍ଟ୍ରି ମାରିଥିଲା ରିଲାଏନ୍ସ ଜିଓ। ବଜାରରେ ଏଣ୍ଟ୍ରି କରିବାର ପ୍ରଥମ ୬ମାସ ପର୍ଯ୍ୟନ୍ତ କମ୍ପାନି ମାଗଣାରେ ଗ୍ରାହକଙ୍କୁ ସେବା ଯୋଗାଇଦେଇଥିଲା। ଏହାପରେ ମାତ୍ର ୯୯ଟଙ୍କାରେ ପ୍ରାଇମ୍ ମେମ୍ବରସିପ୍ ଲଞ୍ଚ କରିଥିଲା। ଏହାଦ୍ଵାରା ଗ୍ରାହକ କମ୍ ମୂଲ୍ୟରେ ରିଚାର୍ଜ କରି ଅତିରିକ୍ତ ସେବା ପାଉଛନ୍ତି।

୨୦୧୭ ଡିସେମ୍ବରରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଜିଓ ନିକଟରେ ୧୬୦ ମିଲିୟନ ୟୁଜର୍ସ ଅଛନ୍ତି ଆଉ ଏମାନଙ୍କ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ୟୁଜର୍ସ ହେଉଛନ୍ତି ପ୍ରାଇମ ମେମ୍ବର୍ସ।

LEAVE A REPLY

Please enter your comment!
Please enter your name here