ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଫେସବୁକ୍ରେ ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଗଣେଶ ପଣ୍ଡା(୪୦) ନାମକ ଜନୈକ ଯୁବକକୁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଣେଶ ଫେସବୁକ୍ରେ ନିଜର ଏକ ଫେକ୍ ଆକାଉଣ୍ଟ୍ ଖୋଲି ବାଲେଶ୍ୱରର ଏକ ଗଣମାଧ୍ୟମର ସମ୍ପାଦିକାଙ୍କ ଫଟୋକୁ ପୋଷ୍ଟ କରିବା ସହ ତାଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଲେଖିଥିଲେ। ଏନେଇ ଗତ ୨୦୧୭ ମସିହା ଜୁନ୍ ୧୬ ତାରିଖରେ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ମାମଲା (ନଂ. ୮୨/୨୦୧୭) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହା ଏକ ସାଇବର କ୍ରାଇମ୍ ହୋଇଥିବାରୁ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ଆଧାର ପାଇଁ ସମୟ ଲାଗିଥିଲେ ମଧ୍ୟ ଶନିବାର ପୂର୍ବାହ୍ନ ସମୟରେ ଗଣେଶ ପଣ୍ଡାଙ୍କୁ ଶିଳ୍ପାଞ୍ଚଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ମୋବାଇଲ ଫୋନ୍ ଏବଂ ଏକ ସିମ୍ ଜବତ କରାଯାଇଛି।
ଏ ସମ୍ପର୍କରେ ଶିଳ୍ପାଞ୍ଚଳ ଥାନା ଆଇଆଇସି ପରେଶ ରାଉତ କହିଛନ୍ତି, “ଫେସବୁକ୍ ସମ୍ପର୍କୀୟ ଘଟଣା ହୋଇଥିବାରୁ ଏହା ସାଇବର କ୍ରାଇମ୍ରେ ଅନ୍ତର୍ଭୁକ୍ତ। କାଲିଫର୍ଣ୍ଣିୟାର ଫେସବୁକ୍ କମ୍ପାନି ସହ ଯୋଗାଯୋଗ କରି ଉପଯୁକ୍ତ ପ୍ରମାଣ ଏକାଠି କରିବା ପରେ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


















