ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ ‘ପଦ୍ମ’ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଚନ୍ଦ୍ରଶେଖର ରଥ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନି ଚରଣ ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର। ତେବେ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇ ଯାଇଥିବାରୁ ତାଙ୍କ ସ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଚନ୍ଦ୍ର ଶେଖର ରଥଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ପବ୍ଲିକ ଆଫାୟାର୍ସ ପାଇଁ ଭବାନି ଚରଣ ପଟ୍ଟନାୟକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଶିର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।

ମାର୍ଚ୍ଚ ୨୦ରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ବେଳେ ଓଡ଼ିଶାରୁ କଳା ଓ ସ୍ଥାପତ୍ୟରେ ପ୍ରଭାକର ମହାରଣା, ବୟନ ଶିଳ୍ପ ପାଇଁ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଚଳିତ ବର୍ଷ ଓଡ଼ିଶାର ୫ ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଥିଲେ।

Comment