ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନରେ ଶାସକ ବିଜେଡି ଦଳ ବିଜୟୀ ହୋଇଛି।  ବିଜେଡି ଦଳ ବରଗଡ଼ରେ କ୍ଲିନ୍‌ସୁଇପ୍‌ କରିଥିବାବେଳେ ଢେଙ୍କାନାଳରେ ମୋଟ୍ ୧୬ଟି ୱାର୍ଡରୁ ବିଜେଡି ୧୩ଟି ୱାର୍ଡ ହାତେଇଛି ବିଜୁ ଜନତା ଦଳ।

ଶାସକ ଦଳ ବିଜେଡିର ବାଜିମାତ୍। ଢେଙ୍କାନାଳ ଓ ବରଗଡ଼ ଏନଏସି ପାଇଁ ହୋଇଥିବା ନିର୍ବାଚନରେ ବାଜି ମାରି ନେଇଛି ବିଜେଡି।

ଢେଙ୍କାନାଳ ହିନ୍ଦୋଳ ଏନଏସିର ୧୬ଟି ଓ୍ଵାର୍ଡ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ୧୩ଟି ଆସନରେ ବିଜୟୀ ହୋଇଛି। ବରଗଡ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନର ବିଜେଡି କ୍ଲିନସ୍ୱିପ୍ କରିଛି। ସମସ୍ତ ୧୨ଟି ୱାର୍ଡରେ ବିଜୟୀ ହୋଇଛି ବିଜେଡି ।

ହିନ୍ଦୋଳରେ ଦୁଇଜଣ ସ୍ୱଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଜଣେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମାତ୍ର ଗତ ଏନଏସି ନିର୍ବାଚନରେ ହିନ୍ଦୋଳ ଏନଏସିରେ କଂଗ୍ରେସ ଦଳ ଏଠାରେ ଏନଏସି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିବା ବେଳେ ଏଥର ଗୋଟିଏ ବି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ପାରି ନାହାଁନ୍ତି। ଏଠାରେ ସବୁ ଆସନରେ ବିଜେଡିକୁ କଡ଼ା ଟକ୍କର ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିପରି ବରଗଡ଼ର ଅତାବିରା ପୌରପରିଷଦରେ ଉଭୟ ବିଜେପି ଓ କଂଗ୍ରେସକୁ ବଡ ଝଟକା ଲାଗିଛି । ବିଜେପି ଓ କଂଗ୍ରେସ ଖାତା ଖୋଲି ପାରିନାହାଁନ୍ତି। ତେବେ ପୂର୍ବଥର ଏହି ଏନଏସି କଂଗ୍ରେସ କବଜାରେ ଥିଲା।

ଅତାବିରା ଏନଏସିରେ ୱାର୍ଡ ନଂ ୧ରେ ସନ୍ତୋସିନୀ ମକୱାନା, ରଘୁନାଥ ବାରିକ ୱାର୍ଡ ନଂ ୨, ଦିପାନଞ୍ଜଳୀ ବୋରାସାଗର ୱାର୍ଡ ନଂ ୩, ତ୍ରିବିକ୍ରମ ଦାଶ ୱାର୍ଡ ନଂ ୪, ଜିପ୍‌ତ୍ରିମୟୀ ଗଡାଟିଆ ୱାର୍ଡ ନଂ ୫, ବନମାଳୀ ବରିହା ୱାର୍ଡ ନଂ ୬, ଜ୍ୟୋତ୍ରିମୟୀ ଦାଶ ୱାର୍ଡ ନଂ ୭, ମନୋଜ କୁମାର ପ୍ରଧାନ ୱାର୍ଡ ନଂ ୮, ଆରତି ନାୟକ ୱାର୍ଡ ନଂ ୯, ସୁରେସ୍ଵରୀ ପାଣ୍ଡେ ୱାର୍ଡ ନଂ ୧୦, ପ୍ରକାଶ ପ୍ରଧାନ ୱାର୍ଡ ନଂ ୧୧, ଆରତୀ ନାୟକ ୱାର୍ଡ ନଂ ୧୨, ଗୁଣିଆ ସାହୁ ପ୍ରଭୁତି ବିଜୟୀ ହୋଇଛନ୍ତି।

ହିନ୍ଦୋଳ ଏନଏସିରେ ବିଜେଡ଼ିର ରୀତା ପଲ୍ଲାଇ ୱାର୍ଡ ନଂ ୧, ପ୍ରଦୀପ କୁମାର ବେହେରା ୱାର୍ଡ ନଂ ୨. ତପନ କୁମାର ପରିଡା ୱାର୍ଡ ନଂ ୪, ରୀନା ବେହେରା ୱାର୍ଡ ନଂ ୫, ଶୁଭ ଚନ୍ଦ୍ର ବେହେରା ୱାର୍ଡ ନଂ ୬, ପଲ୍ଲାଉ ଦେହୁରୀ ୱାର୍ଡ ନଂ ୭, ରଶ୍ମିତା ସାହୁ ୱାର୍ଡ ନଂ ୮, ଲବଙ୍ଗ ଦେଇ ୱାର୍ଡ ନଂ ୯, ପ୍ରଦ୍ୟୁମ୍ନ କୁମାର ବେହେରା ୱାର୍ଡ ନଂ ୧୧, ଟିମା ବେହେରା ୱାର୍ଡ ନଂ ୧୨, ବାସୁମତୀ ସାହୁ ୱାର୍ଡ ନଂ ୧୩, ବିଜୟ ଦାଶ ୱାର୍ଡ ନଂ ୧୪, ରମେଶ ଚନ୍ଦ୍ର ସାହୁ ୱାର୍ଡ ନଂ ୧୫ ପ୍ରମୁଖ ବିଜୟୀ ହୋଇଛନ୍ତି। ଦୁଇଜଣ ସ୍ଵାଧୀନ ପ୍ରାର୍ଥୀ ଇନାୟତ୍ ଉଲ୍ହା ୱାର୍ଡ ନଂ ୩ ଓ ଶ୍ୟାମଘନ ଭୁତିଆ ୱାର୍ଡ ନଂ ୧୦ ରେ ବିଜୟୀ ହୋଇଛନ୍ତି। ବିଜେପିର ଜଣେ ପ୍ରାର୍ଥୀ ବିଜୟ ସାହୁ ୱାର୍ଡ ନଂ ୧୬ରେ ବିଜୟୀ ହୋଇଛନ୍ତି।

ଗତ ଏପ୍ରିଲ୍‌ ଦୁଇ ତାରିଖରେ ଉଭୟ ଏନଏସିରେ ଭୋଟ ଗ୍ରହଣ ହୋଇଥିଲା। ଏହି ବିଜୟରେ ଦୁଇ ଯାଗାରେ ବିଜେଡି କର୍ମୀମାନଙ୍କ ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛି।

Comment