ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ରେ ରହିବେ ଟାଇଗର୍। ଶୁକ୍ରବାରଦିନ ମଧ୍ୟ ଜେଲରୁ ବାହାରି ପାରିବେନି ସଲମାନ। ଯୋଧପୁର ସେସନ୍ସ କୋର୍ଟ ସଲମାନଙ୍କ ଜାମିନ ଆବେଦନର ଶୁଣାଣି କାଲି ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି।

ରାଜସ୍ଥାନ ଯୋଧପୁରର ସେଣ୍ଟ୍ରାଲ୍ ଜେଲ୍‌ର ୱାର୍ଡ ନମ୍ବର ୧୦୬ରେ ସଜ୍ଜା କାଟୁଥିବା ବଲିଉଡ ଅଭିନେତା ସଲମାନଙ୍କ ଚିନ୍ତା ବଢ଼ିଛି। ସଲମାନଙ୍କ ଜାମିନ ଆବେଦନର ଶୁଣାଣି କାଲି ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ଯୋଧପୁର ସେସନ୍ସ କୋର୍ଟ।

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ସଲମାନ ଖାନ୍। ରାଜସ୍ଥାନର ଯୋଧପୁର ସେସନ୍ କୋର୍ଟ ଗୁରୁବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଓ ୧୦ହଜାର ଜରିମନା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ସଲମାନଙ୍କୁ ଯୋଧପୁରର ସେଣ୍ଟ୍ରାଲ୍ ଜେଲ୍ ରଖାଯାଇଛି।

ଶୁକ୍ରବାରଦିନ ଯୋଧପୁର କୋର୍ଟରେ ସଲମାନଙ୍କ ଜାମିନ୍‌ ଆବେଦନ ଉପରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ସଲମାନଙ୍କ ଓକିଲ ଶିଘ୍ର ଜାମିନ୍ ପାଇଁ ସମସ୍ତ ଯୁକ୍ତି ବାଢ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଜାମିନ ଆବେଦନର ଶୁଣାଣି କାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Comment