ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡରେ ବରିଷ୍ଠ ନେତା ଦେବୁ ବୋଷ ଗୁରୁତର ହୋଇଯାଇଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦେବୁ ବୋଷଙ୍କ ବଡ଼ପୁଅ ସାର୍ଥକ ବୋଷ ସୂଚନା ଦେଇଛନ୍ତି।

ଦେବୁ ବୋଷ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ସେ ତାଙ୍କ ସାନପୁଅଙ୍କ ପାଖରେ ହାଇଦ୍ରାବାଦରେ ରହୁଥିଲେ। ତେବେ ଆଜି ତାଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହୋଇଯାଇଥିଲା।

ଦେବୁ ବୋଷ ହେଉଛନ୍ତି ଓଲିଉଡରେ ଜଣେ ଭର୍ସାଟାଇଲ ଅଭିନେତା। ଓଡ଼ିଆ ଫିଲ୍ମରେ ଯେଉଁ କେତେଜଣ ଅଭିନେତା ଚରିତ୍ର ଅଭିନେତା ଭାବେ ଅଭିନୟ କରିଛନ୍ତି ସେମାନଙ୍କ ମଧ୍ୟରେ ଦେବୁ ବୋଷ ଅନ୍ୟତମ।

Comment