ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଉପବାସ। ଗୁରୁବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ ସଂସଦ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବିଜେପି ଦଳ ଏହି ଅନଶନରେ ବସିଛି।

ଆଜିକାଲି ଭାରତରେ ସରକାରଙ୍କୁ ବିରୋଧ କରିବାର ହତିଆର ହେଉଛି ଅନଶନ କରିବା। କିନ୍ତୁ ଗୁରୁବାରଦିନ ବିରୋଧୀଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଖୋଦ ସରକାର ଉପବାସରେ ରହିଛନ୍ତି।

ବିରୋଧୀ କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଉପବାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିଛନ୍ତି।

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ ଅଧିବେଶନ ସଠିକ୍ ଭାବରେ ଚାଲିନପାରିବା ବିରୋଧରେ ବିଜେପି ସରକାର ଅନଶନରେ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସରେ ରହି ନିଜ ଦୈନନ୍ଦିନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗୁରୁବାରଦିନ ଚେନ୍ନାଇର ଡିଫେନ୍ସ ଏକ୍ସପୋ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବିଜେପି ସଭାପତି ଅମିତ ଶାହା କର୍ଣ୍ଣାଟକର ହୁବଲୀରେ ଅନଶନରେ ବସିଛନ୍ତି।

ନିଜ ନିଜ ନିର୍ବାଚନ କ୍ଷେତ୍ରରେ ସାଂସଦ ଓ ମନ୍ତ୍ରୀମାନେ ଉପସ୍ଥିତ ରହି ଉପବାସ କରିବାକୁ ସମସ୍ତ ସାଂସଦ ଓ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ମୋଦି ସରକାରଙ୍କୁ ବିରୋଧ କରି କଂଗ୍ରେସ ଅଧ୍ୟ୍ୟକ୍ଷ ରାହୁଲ ଗାନ୍ଧି ଅନଶନରେ ବସିଥିଲେ।

ରାଜ୍ୟ ବିଜେପି ମଧ୍ୟ ଅନଶନରେ ବସିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି  ନେତା ଓ କର୍ମୀ ଉପବାସ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଅନଶନରେ ବସିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା।

Comment