ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ୬ଟି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଟିଯୋଦ୍ଧା ମେରି କମ୍‌, ଗୌରବ ସୋଲାଙ୍କି, ସଞ୍ଜୀବ ରାଜପୁତ, ବିନେଶ୍ ଫୋଗେଟ୍, ସୁମିତ ମଲିକଙ୍କ ସହ ନୀରଜ ଚୋପ୍ରା ଭାରତକୁ ଏହି ୬ଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ କେଉଁମାନେ ସ୍ୱର୍ଣ୍ଣ ପଦକୁ ଜିତିଛନ୍ତି ଆସନ୍ତୁ ଜାଣିବା

ସଞ୍ଜୀବ ରାଜପୁତ
ଭାରତୀୟ ସୁଟର ସଞ୍ଜୀବ ରାଜପୁତ ୫୦ ମିଟର ରାଇଫଲରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସଞ୍ଜୀବ ଏହି ବର୍ଗରେ ୪୫୪-୫ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ କାନାଡାର ଗର୍ଜିଗୋଜ ୪୪୮.୪ ପଏଣ୍ଟ ସହିତ ରୌପ୍ୟ ଓ ଇଂଲଣ୍ଡର ଡିନ୍‌ ବେଲେ ୪୪୧-୨ ସହିତ ବ୍ରୋଞ୍ଜ ପଦକ ଜିଣିଛନ୍ତି।

ଗୌରବ ସୋଲାଙ୍କି
୫୨ କିଲୋଗ୍ରାମ ବର୍ଗ ବକ୍ସିଂରେ ଗୌରବ ସୋଲାଙ୍ଗି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସୋଲାଙ୍କି ଉତ୍ତର ଆୟାରଲ୍ୟାଣ୍ଡ ବ୍ରେଡନ ଇବ୍ରେନଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ମେରିକମ

ଭାରତର ମହିଳା ମୁଷ୍ଟିଯୋଦ୍ଧା ମେରି କମ୍‌ ନିଜ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ଅଷ୍ଟ୍ରେଲିଆର ଗୋଲ୍ଠ କୋଷ୍ଟଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ମେରିକମ୍‌ ୪୫-୪୮ ବର୍ଗରେ ଉତ୍ତର ଆୟାରଲ୍ୟାଣ୍ଡର କ୍ରିଷ୍ଟିନା ଓ ହରାଙ୍କୁ ୩୦-୨୭, ୩୦-୨୭,୨୯-୨୮,୩୦-୨୭ ଓ ୨୦-୨୭ରେ ପରାସ୍ତ କରି ରାଜ୍ୟଗାଷ୍ଠୀ କୀଡ଼ା ୨୦୧୮ର ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି।
୩୫ ବର୍ଷ ବୟସ୍କ ମେରି କମ୍‌ ଦୀର୍ଘ ଦିନ ଧରି ବକ୍ସିଂ ରିଙ୍ଗରୁ ଦୂରେଇ ରହିବା ପରେ ଗତ ନଭେମ୍ବର ମାସରେ ପଞ୍ଚମ ଏସିଆନ୍‌ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିଣି ନିଜ ଦୃଢ଼ ମାନସିକ ଓ ଶାରିରୀକ ଫିଟନେସର ପ୍ରମାଣ ଦେଇଥିଲେ।

ନୀରଜ ଚୋପ୍ରା

ଭାରତୀୟ ଜାଭଲିନ୍‌ ଖେଳାଳି ନୀରଜ ଚୋପ୍ରା ୮୬.୪୭ ମିଟର ଜାଭଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପ୍ରଥମ ଭାରତୀୟ ଭାବେ ଜାଭଲିନ୍‌ ଥ୍ରୋ ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।

ବିନେଶ୍ ଫୋଗେଟ୍

ବିନେଶ ଫୋଗେଟ୍ କୁସ୍ତିରେ ଜିଣିଛନ୍ତି ସ୍ୱର୍ଣ୍ଣ ପଦକ। ମହିଳା କୁସ୍ତିର ୫୦କିଲୋଗ୍ରାମ ବର୍ଗରେ ସେ କାନାଡାର ଜେସିକା ମ୍ୟାକ୍‌ ଡୋନାଲ୍ଡ ୧୩-୩ସେଟରେ ହରାଇଥିଲେ। କୁସ୍ତିରେ ଏହା ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଥିଲା।

ସୁମିତ ମଲିକ

ଭାରତୀୟ ମୁଷ୍ଟିଯୋଦ୍ଧା ସୁମିତ ମଲିକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୨୫କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦୀ ନାଇଜେରିଆର ସିନବି ବ୍ଲୋଷ୍ଟିକ୍ ପରାସ୍ତ କରିଛନ୍ତି।

ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ମୋଟ ୨୩ଟି ସ୍ୱର୍ଣ୍ଣ ସହ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି।

Comment