ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯିଏ ଜନ୍ମ ଦେଇଥିଲେ ସେ ଝିଅର ଇଜ୍ଜତ ଲୁଟିଲେ। ଏଭଳି ବର୍ବର କାଣ୍ଡ ଘଟିଛି ଭୁବନେଶ୍ୱର ଏବଂ କଳାହାଣ୍ଡି ଜିଲ୍ଲାରେ। ଭୁବନେଶ୍ୱରରେ ଝିଅ ଇଜ୍ଜତ ବାପା ଲୁଟିଥିବା ବେଳେ କଳାହାଣ୍ଡିରେ ଝିଆରୀକୁ ଦୁଷ୍କର୍ମ କରିଛି କକା। ଏହି ଖବର ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ହେଉଛି ‘ୟେ ଜନ୍ମଦାତା ନା ସଇତାନ’।

ଯିଏ ଦିନେ ଜନ୍ମ ଦେଇଥିଲେ ଶେଷରେ ସେ ହିଁ ଝିଅର ଇଜ୍ଜତ ଲୁଟିଲେ। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱର କ୍ୟାପିଟାଲ ଥାନା ଆଦିବାସୀ ପଡ଼ିଆ ବସ୍ତିରେ ନିଜ ୧୦ ବର୍ଷର ଝିଅକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ବର୍ବର ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଯିଏ ଶୁଣୁଛି ସିଏ କହିୁଛି ‘ୟେ ବାପା ନା ସଇତାନ’।

ସୋମବାର ରାତିର ଘଟଣା। ମା’ ଘରେ ନଥିବାରୁ ଝିଅ ଏକାକୀ ରହିଥିଲା ଘରେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା ବାପା। ନିଶା ତାକୁ ଏମିତି ଗ୍ରାସିଥିଲା ଯେ ନିଜ ଝିଅକୁ ବି ସେ ଚିହ୍ନି ପାରିନଥିଲା। ଝିଅକୁ ନିଜ ଶୋଇବା ଘରକୁ ଟେକିନେଇ ପାଶବିକ ଅତ୍ୟାଚାର କରିବାକୁ ପଛାଇ ନଥିଲା ଜନ୍ମଦାତା।

ମଙ୍ଗଳବାର ଝିଅର ମା’ ଘରକୁ ଆସିଥିଲେ। ଝିଅ ପାଖରୁ ସବୁ ଶୁଣିବା ପରେ କ୍ୟାପିଟାଲ ଥାନାକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖିଛି ପୋଲିସ।

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା। ୮ ବର୍ଷର ଝିଆରୀକୁ କୋଳି ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଛି କକା। ଏ ସମ୍ପର୍କରେ ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here