ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଡାକିନେଇ ଦୁଷ୍କର୍ମ କରିଛନ୍ତି ପଡ଼ୋଶୀ ଯୁବକ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଛାତ୍ରୀଙ୍କ ଚିତ୍କାର ଶୁଣି ଏକ ପରିତ୍ୟକ୍ତ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଶୁକ୍ରବାର ଛାତ୍ରୀଙ୍କ ଡାକ୍ତରୀ ମାଇନା ହେବ।

ଅନ୍ୟପଟେ ପଡ଼ୋଶୀ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ତନାଘନା ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଗୁରୁବାର ସନ୍ଧ୍ୟାବେଳେ ଯୁବକ ଜଣକ ଛାତ୍ରୀଙ୍କୁ ଡାକିଥିଲେ। ପଡ଼ୋଶୀ ଯୁବକ ହୋଇଥିବାରୁ ଛାତ୍ରୀ ତାଙ୍କ ସହ ଆସିଥିଲେ। ଏହାପରେ ଯୁବକ ଜଣକ ତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

Comment